କଳି ସମାଧାନ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ବୃଦ୍ଧ, ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 20, 2023

କଳି ସମାଧାନ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ବୃଦ୍ଧ, ଚାଲିଗଲା ଜୀବନ

ଯୁବକଯୁବତୀଙ୍କ କଳି ମିମାଂସା କରିବାକୁ ମଧ୍ୟସ୍ତି ସାଜିଲେ ବୟସ୍କ ବ୍ୟକ୍ତି। ହେଲେ ଶେଷରେ ଉତ୍ତ୍ୟକ୍ତ ଯୁବକଙ୍କ ଆକ୍ରୋଶର ଶିକାର ହୋଇ ତାଙ୍କୁ ଜୀବନ ହରାଇବାକୁ ପଡ଼ିଲା। ଏପରି ଏକ ଅଭାବନୀୟ ଘଟଣା ରାଜସ୍ଥାନର ଉଦୟପୁରରେ ଘଟିଛି।

ଗତ ୧୪ ତାରିଖରେ ପ୍ରତାପନଗରର ହାଉସିଂ ବୋର୍ଡ କଲୋନୀ ବାସିନ୍ଦା ବୁଦ୍ଧ ନାନିକ ରାମ ନାମକ ବୟସ୍କ ବ୍ୟକ୍ତି ପାର୍କରେ ମଣ୍ଣିଂ ୱାକ କରୁଥିଲେ। ଉକ୍ତ ସମୟରେ ପାର୍କରେ ଜଣେ ଯୁବକଯୁବତୀ ବସିଥିବା ବେଳେ ସେମାନଙ୍କ ମଧ୍ୟରେ ବଚସା ଚାଲିଥିଲା। ଉତ୍ତ୍ୟକ୍ତ ଯୁବକଜଣକ ଯୁବତୀଙ୍କୁ ଚାପୁଡ଼ା ମାରିବାକୁ ପଛାଇ ନ ଥିଲେ।

ଏହାଦେଖି ବୟସ୍କ ବ୍ୟକ୍ତିଜଣକ ଯୁବକଙ୍କୁ ବାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପଡ଼ିଥିବା ଯୁବକଜଣକ ବୁଦ୍ଧ ନାନିକଙ୍କୁ ମାରପିଟ କରିବା ସହ ତାଙ୍କ ପେଟକୁ ଗୋଇଠା ମାରିଥିଲେ। ଫଳରେ ବୃଦ୍ଧଜଣକ ତଳେ ପଡ଼ି ଛଟପଟ ହୋଇଥିଲେ।

ଏହାଦେଖି ଉକ୍ତ ଯୁବକଯୁବତୀ ସ୍କୁଟି ଯୋଗେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହାପରେ ସ୍କୁଟି ନମ୍ବର ଆଧାରରେ ପୁଲିସ୍‌ ଉକ୍ତ ଯୁବକଙ୍କୁ ବାନ୍ଧିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/weivRPW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages