ବିଧାନସଭା ନିର୍ବାଚନ: ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 14, 2023

ବିଧାନସଭା ନିର୍ବାଚନ: ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ରବିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଦଳ ମଧ୍ୟ ପ୍ରଦେଶ ପାଇଁ ଏହି ପର୍ଯ୍ୟାୟରେ ୧୪୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଛତିଶଗଡ଼ ପାଇଁ ୩୦ ଓ ତେଲେଙ୍ଗାନା ପାଇଁ ୫୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

  • ମଧ୍ୟ ପ୍ରଦେଶ

ମଧ୍ୟ ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଦଳ ଛିନ୍ଦୱାଡ଼ାରୁ ପ୍ରାର୍ଥୀ କରିଛି। ୨୦୧୯ ଉପନିର୍ବାଚନରେ କମଲ ନାଥ ଏହି ଆସନରୁ ବିଜୟୀ ହୋଇଥିଲେ। ସେହିଭଳି ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ମଣ ସିଂହଙ୍କୁ ଚାଚୌଡ଼ା ଆସନରୁ ପୁଣି ପ୍ରାର୍ଥୀ କରିଛି ଦଳ। ୨୦୧୮ ବିଧାନସଭା ନିର୍ବାଚନରେ ଲକ୍ଷ୍ମଣ ସିଂହ ଏହି ଆସନରୁ ବିଜୟୀ ହୋଇଥିଲେ।

ଦିଗବିଜୟ ସିଂହଙ୍କ ପୁଅ ଜୟବର୍ଦ୍ଧନ ସିଂହଙ୍କୁ ରାଘୋଗଡ଼ ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ। ସେ ଏହି ଆସନରୁ ୨୦୧୩ ଓ ୨୦୧୮ରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ।

ବୁଧନୀ ଆସନରୁ କଂଗ୍ରେସ ବିକ୍ରମ ମସ୍ତାଲଙ୍କୁ ପ୍ରାର୍ଥୀ କରିଛି। ଏହି ଆସନରୁ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଟିକେଟ ଦେଇଛି।

ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଜାରି କରିଥିବା ତାଲିକାରେ ୩୦ ଜଣ ଅନୁସୂଚୀତ ଜନଜାତି ଓ ୨୨ ଜଣ ଅନୁସୂଚୀତ ଜାତିର ପ୍ରାର୍ଥୀ ଅଛନ୍ତି। ମଧ୍ୟ ପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ। ମଧ୍ୟ ପ୍ରଦେଶ ବିଧାନସଭାରେ ୨୩୦ଟି ଆସନ ରହିଛି। 

  • ଛତିଶଗଡ଼

ଛତିଶଗଡ଼ରେ ଉପମୁଖ୍ୟ ଟିଏସ୍‌ ସିଂହ ତାଙ୍କ ଆସନ ବଜାୟ ରଖିଛନ୍ତି। ସେ ଅମ୍ବିକାପୁର ଆସନରୁ ପୁଣି ଲଢ଼ିବେ। ୨୦୦୮ରୁ ସେ ଏହି ଆସନରେ ବିଜୟୀ ହୋଇଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପାଟନା ଆସନରୁ ପ୍ରାର୍ଥୀ ହେବେ। ୨୦୦୩, ୨୦୧୩ ଓ ୨୦୧୮ ବିଧାନସଭା ନିର୍ବାଚନରେ ସେ ଏହି ଆସନରୁ ଜିତିଥିଲେ। ଏହି ଆସନରେ ଏଥର ତାଙ୍କର ମୁକାବିଲା ହେବ ତାଙ୍କର ଦୂର ସଂପର୍କୀୟ ତଥା ବିଜେପି ନେତା ବିଜୟ ବାଘେଲଙ୍କ ସହିତ। ବିଜୟ ବାଘେଲ ୨୦୦୮ରେ ଏହି ଆସନରୁ ଜିତିଥିଲେ।

ଅମରଜୀତ ଭଗତଙ୍କୁ ସୀତାପୁର ଟିକେଟ ଦିଆଯାଇଛି। ସେ ଏହି ଆସନରୁ ୪ ଥର ଜିତିସାରିଛନ୍ତି। ଛତିଶଗଡ଼ ପାଇଁ କଂଗ୍ରେସ ଯେଉଁ ୩୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ସେଥିରୁ ୧୪ ଜଣ ଅନୁସୂଚୀତ ଜନଜାତି ବର୍ଗର। ପ୍ରଥମ ତାଲିକାରେ ୩ ଜଣ ମହିଳାଙ୍କ ନାଁ ଅଛି। ଯେଉଁ ବିଧାୟକମାନେ କଡ଼ା ମୁକାବିଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି, ସେମାନଙ୍କ ନାଁ ମଧ୍ୟ ଏହି ୩୦ ଜଣିଆ ତାଲିକାରେ ଅଛି। ଏଠାରେ ୯୦ଟି ବିଧାନସଭା ଆସନ ଥିବା ବେଳେ ଦୁଇଟି ପର୍ଯ୍ୟାୟରେ- ନଭେମ୍ବର ୭ ଓ ୧୭ରେ ଭୋଟ୍ ଗ୍ରହଣ ହେବ। 

  • ତେଲେଙ୍ଗାନା

ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟରେ ୫୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ଏ.ଆର ରେଡ୍ଡୀଙ୍କୁ କୋଡ଼ଙ୍ଗଲ ଆସନ ମିଳିଥିବା ବେଳେ ଉତ୍ତମ କୁମାର ରେଡ୍ଡୀଙ୍କୁ ମିଳିଛି ହୁଜୁରନଗର ଆସନ। ଅନ୍ୟାନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରୁ ଦସାରୀ ସୀତକ୍କା ମୁଲୁଗୁ ଆସନରୁ, ମିନାପାଲ୍ଲୀ ରୋହିତ ରାଓ ମେଡକ ଓ ମିନାପାଲ୍ଲୀ ହନୁମନ୍ତ ରାଓ ମାଲକାଜଗିରି ଆସନ ପାଇଁ ଟିକେଟ ପାଇଛନ୍ତି। ଏଠାରେ ମୋଟ ୧୧୯ଟି ଆସନ ଥିବା ବେଳେ ନଭେମ୍ବର ୩୦ରେ ଭୋଟ୍ ଗ୍ରହଣ ହେବ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VdzOnGi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages