ଶନିବାର ବିଶ୍ୱକପ୍ରେ ଭାରତ ତା’ର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟ୍ରେ ପରାସ୍ତ କରିଛି। ଏହା ସହିତ ଦିନିକିଆ କ୍ରିକେଟ ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷରେ ଭାରତ ତା’ର ଅପରାଜେୟ ଧାରା ଅବ୍ୟାହତ ରଖିଛି। ୧୯୯୨ରୁ ଆଜି ପର୍ଯ୍ୟନ୍ତ ଦିନିକିଆ କ୍ରିକେଟ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୮ ଥର ଲଢ଼େଇ ହୋଇଥିବା ବେଳେ ସବୁଥର ବିଜୟୀ ହୋଇଛି ଭାରତ।
ଗତକାଲିର ମ୍ୟାଚ୍ ପୂର୍ବରୁ ଶୁକ୍ରବାର ପାକିସ୍ତାନ ଟିମ୍କୁ ପରାମର୍ଶ ଦେବା ପାଇଁ ପୂର୍ବତନ ବୋଲର ଶୋଏବ ଅଖତର ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ, ଯଦି ଆସନ୍ତାକାଲି ତୁମେମାନେ କିଛି କରିବା ପାଇଁ ଚାହୁଁଛ, ତା’ହେଲେ ନିଜକୁ ଥଣ୍ଡା ରଖ।
ଶୋଏବ ଅଖତର କେବଳ ଏତିକି ଲେଖିଥିଲେ, ଭାରତୀୟ କ୍ରିକେଟ ପ୍ରେମୀମାନେ ହୁଏତ ପ୍ରତିକ୍ରିୟାଶୀଳ ହୋଇନଥା’ନ୍ତେ। କିନ୍ତୁ ଶୋଏବ ଏହି ଲେଖା ସହିତ, ଯେଉଁ ଫଟୋଟି ପୋଷ୍ଟ କରିଥିଲେ, ତାକୁ ଦେଖି ଭାରତୀୟ କ୍ରିକେଟପ୍ରେମୀମାନେ ତାଙ୍କୁ ଟ୍ରୋଲ୍ କରିଥିଲେ। ଶୋଏବ ଅତୀତରେ ଏକ ମ୍ୟାଚ୍ରେ ସଚିନ ତେନ୍ଦୁଲକରଙ୍କୁ ଆଉଟ୍ କରି ଖୁସି ମନାଉଥିବାର ଫଟୋଟିଏ ପୋଷ୍ଟ କରିଥିଲେ। ସେହି ଫଟୋକୁ ଦେଖି ଭାରତୀୟ କ୍ରିକେଟ ଫ୍ୟାନ୍ମାନେ ଶୋଏବଙ୍କୁ ଟ୍ରୋଲ୍ କରିଥିଲେ। ଅନ୍ୟପକ୍ଷରେ ସଚିନ ତେନ୍ଦୁଲକର ଏନେଇ କିଛି ପ୍ରତିକ୍ରିୟା ଦେଇ ନଥିଲେ।
ଗତକାଲି ଭାରତ-ପାକିସ୍ତାନ ମ୍ୟାଚ୍ ଶେଷ ହେବା ପରେ ଶୋଏବଙ୍କ ଉକ୍ତ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇଥିଲେ ସଚିନ୍। ସେ ଲେଖିଥିଲେ, ମୋ ବନ୍ଧୁ, ଆପଣଙ୍କ ପରାମର୍ଶକୁ ମାନିଲୁ ଓ ସବୁକିଛି ଥଣ୍ଡା ରଖିଲୁ।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗତକାଲି ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ନିଜେ ସଚିନ ତେନ୍ଦୁଲକର ଉପସ୍ଥିତ ଥିଲେ। ଏହି ମ୍ୟାଚ୍ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍ କରିଥିବା ବେଳେ ଭାରତ ମାତ୍ର ୩୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
My friend, aap ka advice follow kiya aur sab kuch billlkoool THANDA rakha….😋 https://t.co/fPqybTGr3t
— Sachin Tendulkar (@sachin_rt) October 14, 2023
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/KRPLfd0
No comments:
Post a Comment