ବିଶ୍ୱ ଖାଦ୍ୟ ଦିବସ: ମୁଠାଏ ଖାଦ୍ୟ ଅପେକ୍ଷାରେ କୋଟିଏ ପେଟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 15, 2023

ବିଶ୍ୱ ଖାଦ୍ୟ ଦିବସ: ମୁଠାଏ ଖାଦ୍ୟ ଅପେକ୍ଷାରେ କୋଟିଏ ପେଟ!

ଆଜି ବିଶ୍ୱ ଖାଦ୍ୟ ଦିବସ। ପ୍ରତିବର୍ଷ 16 ଅକ୍ଟୋବରରେ ବିଶ୍ୱବ୍ୟାପୀ ଏହି ଦିବସ ପାଳନ କରାଯାଏ। 1981 ମସିହାରେ ପ୍ରଥମ ଥର ପାଇଁ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥିଲା। ଅନାହାରରେ ରହୁଥିବା ଲୋକଙ୍କୁ ସାହାଯ୍ୟ କରିବା ଏବଂ ଖାଦ୍ୟର ମହତ୍ତ୍ୱ ବାବଦରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଏ। 

16 ଅକ୍ଟୋବରରେ ଖାଦ୍ୟ ଦିବସ ପାଳନର ମହତ୍ତ୍ୱ
1945 ମସିହା ଆଜିର ଦିନରେ 'ଖାଦ୍ୟ ଏବଂ କୃଷି ସଂଗଠନ'(FAO) ପ୍ରତିଷ୍ଠା କରାଯାଇଥିଲା। ଏହି ସଂଗଠନ କୃଷି ଏବଂ ଖାଦ୍ୟ ସୁରକ୍ଷା ଉପରେ କାର୍ଯ୍ୟ କରେ। ପୁଷ୍ଟିହୀନତାକୁ ରୋକିବା ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ। 1979 ମସିହାରେ, 'ଖାଦ୍ୟ ଏବଂ କୃଷି ସଂଗଠନ' ବିଶ୍ୱ ଖାଦ୍ୟ ଦିବସ ପାଳନ କରିବାକୁ ଘୋଷଣା କରିଥିଲା। ସମଗ୍ର ବିଶ୍ୱରେ ଅନାହାର ଏବଂ ପୁଷ୍ଟିହୀନତାର ଶିକାର ହୋଇଥିବା ଲୋକଙ୍କ ପାଇଁ ଉଦବେଗ ପ୍ରକାଶ କରିଥିଲା FAO। ଏହା ପରେ 1981 ମସିହାରୁ 'ଖାଦ୍ୟ ଏବଂ କୃଷି ସଂଗଠନ'ର ପ୍ରତିଷ୍ଠା ଦିନରେ ଖାଦ୍ୟ ଦିବସ ପାଳନ ଆରମ୍ଭ ହୋଇଥିଲା।

ବିଶ୍ୱ ଖାଦ୍ୟ ଦିବସର ଗୁରୁତ୍ୱ 
ବର୍ତ୍ତମାନ ଦୁନିଆର ଅନେକ ଦେଶ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି। ଏହି ଦେଶଗୁଡିକର ଲୋକମାନେ ପ୍ରତିଦିନ ଏକ ସନ୍ତୁଳିତ ଖାଦ୍ୟ ପାଇବା କଷ୍ଟକର। ସନ୍ତୁଳିତ ଖାଦ୍ୟ ନ ଥିବାରୁ ସେମାନେ ପୁଷ୍ଟିହୀନତା ଏବଂ ଅନ୍ୟାନ୍ୟ ରୋଗର ଶିକାର ହୁଅନ୍ତି। ଏହି କାରଣରୁ, ବହୁ ସଂଖ୍ୟକ ଲୋକ ଅକାଳରେ ପ୍ରାଣ ହରାନ୍ତି। ଏଥିପାଇଁ ପ୍ରତିଟି ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବା, ଖାଦ୍ୟର ଅଯଥା ଅପଚୟ ନ କରିବା ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।

ଏଥିସହ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଆଖପାଖରେ ଅନାହାରରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଉତ୍ସାହିତ କରାଇବା ପାଇଁ ମଧ୍ୟ ବିଶ୍ୱ ଖାଦ୍ୟ ଦିବସର ଆରମ୍ଭ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବର୍ତ୍ତମାନ ଲୋକେ ମଧ୍ୟ ସଚେତନ ହେଉଥିବା ଦେଖିବାକୁ ମିଳୁଛି। ଭୋଜିଭାତରେ ବଳକା ଖାଦ୍ୟକୁ ନ ଫିଙ୍ଗି ଗରିବ ଶ୍ରେଣୀର ଲୋକ କିମ୍ବା ସରକାରୀ-ବେସରକାରୀ ସ୍ୱେଚ୍ଛାଚାରୀ ସଂଗଠନକୁ ବାଣ୍ଟି ଦେଉଛନ୍ତି। ଯାହା ଫଳରେ ଖାଦ୍ୟର ସଠିକ୍ ବିନିଯୋଗ ହୋଇପାରୁଛି।

ତେଣୁ ଖାଦ୍ୟ ଅପଚୟ ନ କରି ସଠିକ୍ ବିନିଯୋଗ କରିପାରିଲେ, କୋଟିଏ ଅନାହାର ପେଟକୁ ଆହର ମିଳିପାରିବ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LcMZud0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages