୭୮ ବର୍ଷରେ ନବୀନ; ସମର୍ଥକଙ୍କ ଗହଣରେ ପାଳିବେନି ଜନ୍ମଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 15, 2023

୭୮ ବର୍ଷରେ ନବୀନ; ସମର୍ଥକଙ୍କ ଗହଣରେ ପାଳିବେନି ଜନ୍ମଦିନ

୭୮ ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ତାଙ୍କ ଜନ୍ମଦିନ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ। ଶୁଭେଚ୍ଛା ଜଣାଇବାକୁ କେହି ନବୀନ ନିବାସକୁ ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା CMO ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ୧୯୪୬ ମସିହା ଅକ୍ଟୋବର ୧୬ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ବିଗତ ୨୩ବର୍ଷ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୭ ମସିହାରେ ଶେଷଥର ପାଇଁ ସେ ନବୀନ ନିବାସ ପରିସରରେ ନିଜର ଦଳୀୟ କର୍ମୀ ଓ ନେତାମାନଙ୍କ ଗହଣରେ ଜନ୍ମଦିନ ପାଳନ କରିଥିଲେ । ତା’ପରଠୁ ବିଭିନ୍ନ କାରଣ ଦର୍ଶାଇ ନବୀନ କ୍ରମାଗତ ଭାବେ ନିଜର ଜନ୍ମଦିନ ପାଳନରୁ ଦୂରେଇ ରହିଛନ୍ତି । ୨୦୧୮ ମସିହାରେ ନବୀନ ରାଜ୍ୟରେ ‘ତିତଲି’ ବାତ୍ୟା ପ୍ରଭାବିତଙ୍କ ପ୍ରତି ସମବେଦନା ଜଣାଇ ନିଜର ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ଦଳୀୟ ନେତା,କର୍ମୀ ଓ ଶୁଭେଚ୍ଛୁଙ୍କୁ ନବୀନ ନିବାସ ନଯିବା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ୨୦୧୯ ମସିହାରେ ‘ଫନି’ ବାତ୍ୟା, ୨୦୨୦ ଓ ୨୦୨୧ ମସିହାରେ କୋଭିଡ୍ ମହାମାରୀ ଏବଂ ୨୦୨୨ରେ ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ କାରଣରୁ ନବୀନ ନିଜର ଜନ୍ମଦିନ ପାଳି ନଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୫ ମସିହାରେ ନବୀନଙ୍କ ଜନ୍ମଦିନକୁ ଭବ୍ୟ ଆକାରରେ ପାଳନ କରିବା ପାଇଁ ଦଳ ପକ୍ଷରୁ କାର୍ଯ୍ୟକ୍ରମ ହୋଇଥିଲା। କିନ୍ତୁ ନବୀନଙ୍କ ଜନ୍ମଦିନ ପାଳନବେଳେ ଗ୍ୟାସ୍ ବେଲୁନ୍ ଫାଟିବାରୁ ପ୍ରାୟ ୧୧ଜଣ ଛାତ୍ରଛାତ୍ରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୨୦୧୬ ମସିହାରେ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ସମ୍ମାନରେ ନିଜର ଜନ୍ମଦିନ ପାଳନ କରିନଥିଲେ । ୨୦୧୭ ମସିହା ପରଠୁ ବିଭିନ୍ନ କାରଣଦର୍ଶାଇ ନବୀନ ନିଜର ଜନ୍ମଦିନ ପାଳନ କରୁନାହାନ୍ତି । ଜନ୍ମଦିନରେ ଦଳୀୟ କର୍ମୀ, ନେତା ଓ ଅନ୍ୟ ଶୁଭେଚ୍ଛୁଙ୍କଠୁ ଦୂରେଇ ରହୁଥିବା ଜଣାପଡ଼ିଛି ।

 ବାପା ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ରାଜନୀତିକୁ ଆସିଥିଲେ ନବୀନ ପଟ୍ଟନାୟକ। ଆଗରୁ ରାଜନୀତିର କୌଣସି ଅଭିଜ୍ଞତା ନ ଥାଇ ମଧ୍ୟ ପାଞ୍ଚ ପାଞ୍ଚ ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିଛନ୍ତି। ନିଜ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚକମା ଦେବାରେ ସେ ଯେତିକି ଦକ୍ଷ ସେମିତି କଠୋର ନିଷ୍ପତ୍ତି ନେଇ ବିଦ୍ରୋହୀଙ୍କୁ ସାଇଜ୍ କରିବାରେ ମଧ୍ୟ ସେ ସେତିକି ପାରଙ୍ଗମ। ତେବେ ୨୪ ନିର୍ବାଚନ ତାଙ୍କ ପାଇଁ ସେତେଟା ସହଜ ହୋଇନପାରେ ବୋଲି ଚର୍ଚ୍ଚା ହେଉଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yO7l2g9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages