ଉଲଗ୍ନ ହୋଇ ମା’ଝିଅ ରାସ୍ତାରେ ଚାଲିବା ଘଟଣା; ସୁନ୍ଦରଗଡ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 10, 2023

ଉଲଗ୍ନ ହୋଇ ମା’ଝିଅ ରାସ୍ତାରେ ଚାଲିବା ଘଟଣା; ସୁନ୍ଦରଗଡ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ

ସୁନ୍ଦରଗଡ଼ରେ ରାଜରାସ୍ତାରୁ ଉଲଗ୍ନ ଅବସ୍ଥାରେ ଜଣେ ମହିଳା ଓ ତାଙ୍କ ଝିଅ ଉଦ୍ଧାର ହେବା ଘଟଣାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଏହି ଘଟଣାରେ ସୁନ୍ଦରଗଡ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଏପରି ଏକ ସ୍ପର୍ଶକାତର ଘଟଣାରେ ପ୍ରଶାସନ ତରଫରୁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ରିପୋର୍ଟ ତଲବ କରିଛନ୍ତି NHRC ।

ମାନବଅଧିକାର କର୍ମୀ ତଥା ସୁପ୍ରିକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଦାଖଲ କରିଥିବା ପିଟିସନ ଆଧାରରେ ଆୟୋଗ ଦୁଇ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି । ଅନ୍ୟପଟେ ଉଦ୍ଧାର ମା’, ଝିଅଙ୍କୁ ଛତିଶଗଡ଼ରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ପ୍ରଶାସନ। ତେବେ ସ୍ଥାନୀୟ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗତ ଶନିବାର ମା’ ଝିଅ ଉଲଗ୍ନ ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଚାଲି ଯାଉଥିଲେ। ଠିକ୍ ଏହି ସମୟରେ ଆଦିବାସୀଙ୍କ ବିକ୍ଷୋଭରେ ସାମିଲ ହେବାକୁ ସେହି ବାଟ ଦେଇ ଯାଉଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଉଲଗ୍ନ ଦୁଇ ମହିଳାଙ୍କୁ ଉଦ୍ଧାର କରି ଆସ୍ଥା ଗୃହକୁ ନେଇଥିଲେ। ସେଠାରେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ଏହାପରେ ସେମାନଙ୍କ ଘର ଛତିଶଗଡ଼ ବୋଲି ଜଣାପଡ଼ିବାରୁ ପରିବାରକୁ ଖବର ଦିଆଯାଇଥିଲା।

ମହିଳାଙ୍କ ଯାଆ ଓ ସାନ ଝିଅ ପହଞ୍ଚି ପରିଚୟ ଦେବା ସହ ଉଭୟଙ୍କ ମାନସିକ ସ୍ଥିତି ଠିକ୍ ନଥିବା କହିଥିଲେ। ଏହାପରେ ଗତକାଲି ସେମାନେ ଉଭୟଙ୍କୁ ଧରି ନିଜ ଗାଁକୁ ଫେରି ଯାଇଥିବା ଜଣାଯାଇଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/MzaG68n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages