ଅନ୍ତେବାସୀ ହୁସିଆର;ଜେଲ ଭିତରେ ମୋବାଇଲ ଥିଲେ ଧରାପକାଇବ ମେସିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 10, 2023

ଅନ୍ତେବାସୀ ହୁସିଆର;ଜେଲ ଭିତରେ ମୋବାଇଲ ଥିଲେ ଧରାପକାଇବ ମେସିନ୍

ଏଣିକି ଜେଲରେ କଏଦୀ ଲୁଚାଇ ବ୍ୟବହାର କରିପାରିବେନି ମୋବାଇଲ। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଲଗାଯାଇଛି ଅତ୍ୟାଧୂନିକ ନନ୍ ଲିନିୟର ଜଙ୍କସନ ଡିଟେକ୍ଟର ମେସିନ୍ (NLJD) ମେସିନ୍। ଏହି ମେସିନ ଦ୍ୱାରା ଖୋଜି ବାହାର କରିହେବ ମୋବାଇଲ।

ଏହି ମେସିନ୍ ଦ୍ୱାରା କଏଦୀମାନେ ଯଦି ମୋବାଇଲ ଲୁଚାଇ ବ୍ୟବହାର କରୁଥିବେ ତେବେ ଏହି ମେସିନ୍ ଧରା ପକାଇଦେବ। ଏପରିକି ମୋବାଇଲ ବନ୍ଦ ହେଉ କିମ୍ବା ସିମ୍ ବାହାର କରି ଲୁଚାଇ ରଖିଥିବେ ତାହା ବି ଧରାପଡିବ।

ତେବେ ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଜେଲ ଭିତରେ ରହି ବାହାରର ନେଟୱାର୍କ ଚଳାଉଥିବା କଏଦୀମାନଙ୍କ ପାଇଁ ଏହା ବେଶ୍ ଫଳପ୍ରଦ ହେବ ବୋଲି କହିଛନ୍ତି ଜେଲ ସୁପରିଟେଣ୍ଡଣ୍ଟ। 

ସେ ଆହୁରି କହିଛନ୍ତି ଯେ, ଏହି ମେସିନର ମୂଲ୍ୟ ୧୫ ଲକ୍ଷ ଟଙ୍କା। ଟ୍ରେନିଂ ନେଇଥିବା କର୍ମଚାରୀ ମାନେ ଜେଲ କଠୋରି ଭିତରେ ବୁଲାଇ ଚେକିଂ କରିବେ। ଏପରିକି ମାଟି ତଳେ ମୋବାଇଲ ଲୁଚାଇ ରଖିଥିଲେ ବି ଏହି ମେସିନର ସାଇରନ ବାଜିବ। 

ସେହିଭଳି ଯଦି ମୋବାଇଲକୁ ବନ୍ଦ କରି ଖୋଲି ପାର୍ଟ ପାର୍ଟ କରି ରଖାଯାଇଇଛି ତେବେ ବି ତାହାର ସିମ୍ ଯେଉଁଠି ଥିବ ଏହି ମେସିନ ଦ୍ୱାରା ଜାଣିହେବ। ଯାହା ଫଳରେ ଜେଲ ମଧ୍ୟରେ ଲୁଚା ଛପାରେ ମୋବଇଲ ବ୍ୟବହାରକୁ ଏହି ମେସିନ ରୋକି ପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।  

   



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/1fNRa4t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages