ଶିକାର କରିବାକୁ ଯାଇଥିଲେ, ଝୁଣ୍ଟି ପଡ଼ିବାରୁ ଫୁଟିଗଲା ଗୁଳି, ତା’ପରେ... - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 8, 2023

ଶିକାର କରିବାକୁ ଯାଇଥିଲେ, ଝୁଣ୍ଟି ପଡ଼ିବାରୁ ଫୁଟିଗଲା ଗୁଳି, ତା’ପରେ...

ଶିକାର କରିବା ପାଇଁ ଯାଇଥିଲେ। ହେଲେ ନିଜେ ଆହତ ହେଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ବଦଲା ଗାଁରେ।

ନିଜ ବନ୍ଧୁକରୁ ହୋଇଥିବା ଗୁଳିମାଡ଼ରେ ଗୁରୁତର ଆହତ ଏହି ବ୍ୟକ୍ତିଙ୍କ ନାଁ ସନ୍ୟାସୀ ଜାନି। ସେ ନିକଟସ୍ଥ ଜଙ୍ଗଲକୁ ଶିକାର କରିବାକୁ ବନ୍ଧୁକ ଧରି ଯାଇଥିଲେ। ହେଲେ ସେଠାରେ ଅସାବଧାନତା ବଶତଃ ଝୁଣ୍ଟି ପଡ଼ିବାରୁ ବନ୍ଧୁକରୁ ଗୁଳି ଫୁଟି ଯାଇଥିଲା। ଗୁଳିଟି ତାଙ୍କ ନିତମ୍ବରେ ବାଜିଥିଲା। ତାଙ୍କ ନିତମ୍ବରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସନ୍ୟାସୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Z3rexWz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages