ବହୁ ବାଦ ବିବାଦ ପରେ ଶେଷରେ ବିକ୍ରି ହେଲା ବାଲେଶ୍ୱର ବିର୍ଲା ଟାୟାର୍ସ କଂପାନୀ। ଦୀର୍ଘ ୩୩ ବର୍ଷ ତଳେ ବାଲେଶ୍ୱର ସହର ଉପକଣ୍ଠରେ ପ୍ରତିଷ୍ଠା ହୋଇଥିବା ଏହି ଟାୟାର କଂପାନୀରେ ଗତ ୪ବର୍ଷ ଧରି ତାଲା ଝୁଲୁଥିଲା। ୨୦୧୯ ମସିହାରୁ କର୍ମଚାରୀଙ୍କୁ ଦରମା ଦେଉନଥିବା ଅଭିଯୋଗ ହୋଇଥିଲା।
ତେବେ ଏହାକୁ ହିମାଦ୍ରି ସ୍ପେଶାଲିଟି କେମିକାଲ୍ ଲିମିଟେଡ୍ ନାମକ ଏକ କଂପାନୀ ଅଧିଗ୍ରହଣ କରିଛି। ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ବାଲେଶ୍ୱର ଜିଲ୍ଲାପାଳ, ପୂର୍ବାଞ୍ଚଳ ଆଇଜି ଓ ବାଲେଶ୍ୱର ଏସପିଙ୍କ ଉପସ୍ଥିତିରେ ଉଭୟ ସଂସ୍ଥା ମଧ୍ୟରେ ଏହି ମାଲିକାନା ହସ୍ତାନ୍ତର ହୋଇଛି। କର୍ମଚାରୀଙ୍କ ବକେୟା ଦରମାକୁ ନେଇ ନ୍ୟାସନାଲ କମ୍ପାନୀ ଲ' ଟ୍ରିବ୍ୟୁନାଲରେ ମାମଲା ଚାଲୁଥିଲା।
ଗତ ୧୯ ତାରିଖରେ ଏହାର ସମାଧାନ ପରେ ହିମାଦ୍ରୀ କେମିକାଲ ବିକେ ବିର୍ଲାର ବକେୟା ଋଣ ବାବଦରେ ୧୧ ଶହ କୋଟି ଟଙ୍କା ଗୋଟିଏ କିସ୍ତିରେ ଦିଆଯାଇଥିଲା। ବିର୍ଲା ଟାୟାର୍ସର ୮ଶହ କର୍ମଚାରୀ ୨୮ ପ୍ରତିଶତ ବକେୟା ଦରମା ପାଇଥିଲେ।
ଅନ୍ୟପକ୍ଷରେ ବିର୍ଲା ଟାୟାର୍ସ ଆଞ୍ଚଳିକ ଶ୍ରମିକ ସଂଗଠନ ପକ୍ଷରୁ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରାଯିବ ସହିତ ନୂଆ କଂପାନୀ ସେମାନଙ୍କ ସହ କୌଣସି ଆଲୋଚନା କରିନଥିବା କହିଛନ୍ତି। ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି ଯେ, ନୂଆ କମ୍ପାନୀର ବୈଷୟିକ ଟିମ୍ ୭ଦିନ ଭିତରେ ଆସିବ ଏବଂ ତାପରେ କମ୍ପାନୀ କିଭଳି ଚାଲିବ ସେନେଇ ନିଷ୍ପତି ନିଆଯିବ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/eqM84SR
No comments:
Post a Comment