ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 1, 2023

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ

ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେରେ ତାଙ୍କ ଚିକିତ୍ସା ଚାଲିଛି।

ଗତ ୩୧ ତାରିଖରେ ଶ୍ରୀ ମହାନ୍ତି ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଶ୍ରୀ ମହାନ୍ତିଙ୍କୁ ମାଇଲଡ୍ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଜଣାପଡ଼ିଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଦୁଇ ଦିଦ ହେବ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶ୍ରୀମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସି ଥିବାରୁ ତାଙ୍କୁ ଭେଣ୍ଟିଲେଟରରୁ ଆଇସିୟୁକୁ ଅଣାଯାଇଛି। ଶ୍ରୀ ମହାନ୍ତିଙ୍କ ଅସୁସ୍ଥ ହେବା ଖବର ଶୁଣି ଶାସକ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଏବଂ କର୍ମୀ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭେଟିଛନ୍ତି।  

ମହେଶ୍ୱର ମହାନ୍ତି ୧୯୩୯ ମସିହାର ଡିସେମ୍ବର ୩୧ ତାରିଖର ଅବିଭକ୍ତ କଟକ ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଓଷକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୫୮ ମସିହାରେ ସେ ବାଲିକୁଦା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ଶିକ୍ଷା ଶେଷ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇ.ଏ. ପାସ୍ କରିଥିଲେ। ପରେ ସେ  ନିଜ ଗାଁରେ ନୂଆ କରି ଆରମ୍ଭ ହୋଇଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେଇଥିଲ। କିନ୍ତୁ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେବାର ମାତ୍ର ବର୍ଷକ ପରେ ପୁଣିଥରେ ରେଭେନ୍ସା କଲେଜକୁ ଫେରିଥିଲେ । ସେଠାରୁ ଓଡ଼ିଆରେ ପ୍ରଥମେ ସ୍ନାତକ ଏବଂ ପରେ ସ୍ନାତକୋତ୍ତର ପାଶ୍ କରିଥିଲେ ।

ସ୍ନାତକ ପରେ ସେ ପ୍ରଥମେ ଓଡ଼ିଶା ଷ୍ଟେଟ୍ କୋଅପରେଟିଭ୍ ୟୁନିଅନ୍ ଅଧିନରେ ସମବାୟ ସମାଚାର, କଲ୍ୟାଣୀ ଓ ଓଡ଼ିଶା କୋଅପରେଟିଭ୍ ଜର୍ଣ୍ଣାଲ୍ ପ୍ରଭୃତିର ସହ-ସମ୍ପାଦକା ଭାବରେ କାର୍ଯ୍ୟାରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସମ୍ପାଦକ ପଦକୁ ମଧ୍ୟ ଉନ୍ନୀତ ହୋଇଥିଲେ । ୧୯୬୮ ମସିହାରେ ସେ କୋଅପରେଟିଭ୍ ୟୁନିଅନ୍‌ରୁ ଇସ୍ତଫା ଦେଇ କଟକସ୍ଥିତ ଖ୍ରୀଷ୍ଟ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଜଣେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ସେଠାରୁ ୨୦୦୧ ମସିହାରେ ଅବସର ନେଇଥିଲେ। ପରେ ଶ୍ରୀ ମହାନ୍ତି ରାଜନୀତିରେ ଯୋଗ ଦେଇଥିଲେ। ପୁରୀର ପୂର୍ବତନ ବିଧାୟକ ଥିଲେ  ମହେଶ୍ୱର ମହାନ୍ତିା

୧୯୬୫ ମସିହାରେ ତାଙ୍କୁ ତାଙ୍କ ରଚିତ ଶିଶୁ ସାହିତ୍ୟ ପୁସ୍ତକ ‘ବେଲୁନ୍ ଗଲା ଉଡ଼ି’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୧୧ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ବାଲ୍ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/GEHWq5A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages