ଦିଲ୍ଲୀବାସୀଙ୍କୁ ମିଳିଛି ଦୀପାବଳି ଗିଫ୍ଟ। ପ୍ରଦୂଷଣରେ କଳବଳ ହେଉଥିବା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଖୁସି ଖବର ସାଜି ଆସିଛି ବର୍ଷା। ବିଳମ୍ବିତ ରାତିରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଫଳରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି। ଆଜି ସକାଳୁ ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ସଫା ରହିଛି। ବିଜୟଚୌକ୍, କର୍ତ୍ତବ୍ୟପଥ, ରାଜଘାଟ ସମେତ ପୂରା ଅଞ୍ଚଳ ଏବେ ପ୍ରଦୂଷଣ ମୁକ୍ତ ହୋଇଛି। ବହୁ ଦିନ ପରେ ଲୋକେ ବିନା ମାସ୍କରେ ବାହାରକୁ ବାହାରିଛନ୍ତି।
କଂଝାୱାଲା, ମୁଣ୍ଡାକା, ଜାଫରପୁର, ନଜଫଗଡ଼, ଏନସିଆରର କିଛି ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ଆକଳନ କରାଯାଇଥିଲା। ଆଜି ଦିଲ୍ଲୀର ପାଗ ସାଧାରଣତଃ ମେଘୁଆ ରହିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ଏହାସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଯାହା ଫଳରେ ଲୋକଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି କୁହାଯାଉଛି।
ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ଓ ଏନ୍ସିଆର୍(ଗୁରୁଗ୍ରାମ), ରୋହତକ(ହରିୟାଣା)ର ଭିନ୍ନ ଭିନ୍ନ ସ୍ଥାନ ଏବଂ ଆଖପାଖ ଅଞ୍ଚଳରେ ହାଲୁକା ଓ ମଧ୍ୟମ ଧରଣର ବ୍ରଜପାତ ସହ ବର୍ଷା ହେବା ସମ୍ଭାବନା ରହିଛି।
#WATCH | UP: Noida witnesses sudden change in weather; receives light rain pic.twitter.com/O5tQeGdyRt
— ANI (@ANI) November 9, 2023
ରାଜଧାନୀ ଦିଲ୍ଲୀରେ ଗତ ଗୁରୁବାର ଏକ୍ୟୁଆଇ ୪୩୭ ରହିଥିଲା, ଯାହା ଗୁରୁତର ଶ୍ରେଣୀର ବୋଲି କୁହାଯାଏ। ତେବେ ବର୍ଷା ପରେ କିଛି ସ୍ଥାନରେ ବାୟୁର ମାନକ ବା ଏଆଇକ୍ୟୁ୧୦୦ ଥିବା ରେକର୍ଡ ହୋଇଛି । ସେପଟେ ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର । ବାୟୁର ମାନକ ବଢ଼ାଇବା ପାଇଁ କେଜ୍ରିୱାଲ ସରକାର ଆଇଆଇଟି କାନପୁରର ସହ ଆଲୋଚନା ଜାରି ରଖିଛନ୍ତି। ଦୀପାବଳି ପରେ ୨୦ ଓ ୨୧ତାରିଖରେ କୃତ୍ରିମ ବର୍ଷା କରାଇବାକୁ କେଜ୍ରିୱାଲ ସରକାର ପ୍ରସ୍ତୁତ ହେଉଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/bmrLOXN
No comments:
Post a Comment