ଟୋଲ୍ ପ୍ଲାଜାରେ ଭୟଙ୍କର ଦୁର୍ଘଟଣା। ଦ୍ରୁତ ଗତିରେ ଆସି ଏକ ଏସ୍ୟୁଭି କାର୍ ଅନେକ ଗାଡ଼ିକୁ ଧକ୍କା ଦେଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ମୁମ୍ବାଇ ବାନ୍ଦ୍ରା ବର୍ଲି ସି-ଲିଙ୍କ ଟୋଲ୍ ପ୍ଲାଜାରେ ଘଟିଛି ଏହି ଦୁର୍ଘଟଣା।
ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଟୋଲ୍ ପ୍ଲାଜାଠାରୁ ମାତ୍ର ୧୦୦ ମିଟର ଦୂରରେ ପ୍ରଥମେ ବାନ୍ଦ୍ରା ତରଫରୁ ଆସୁଥିବା ଏକ ଦ୍ରୁତ ଗତିରେ ଟୟୋଟା ଇନୋଭା କାର୍ ଏକ ମର୍ସିଡିଜକୁ ଧକ୍କା ଦେଇଥିଲା। ପରେ ଟୋଲ୍ ପ୍ଲାଜାରେ ଧାଡିରେ ଠିଆ ହୋଇଥିବା ଅନ୍ୟ ଗାଡିକୁ ମଧ୍ୟ ଧକ୍କା ଦେଇଥିଲା ଏହି ଇନୋଭା କାର୍।
ଏହି କାରଣରୁ ଟୋଲ ବୁଥରେ ଠିଆ ହୋଇଥିବା ୬ ଟି ଗାଡି ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲେ ଏବଂ ଏଥିରେ୯ ଜଣ ଲୋକେ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ସମସ୍ତ ଆହତଙ୍କୁ କାର୍ ଭିତରୁ ବାହାରକୁ ଟାଣି ଆଣି ନିକଟସ୍ଥ ଭାବା ହସ୍ପିଟାଲକୁ ପଠାଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ସେପଟେ ଦୁର୍ଘଟଣା ଘଟାଇଥିବା ଇନୋଭା କାର୍ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଅଭିଯୁକ୍ତ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି। ଏଥିସହ ଇନୋଭା କାର୍କୁ ମଧ୍ୟ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/DfyCu8X
No comments:
Post a Comment