ଆଜିଠୁ ଆରମ୍ଭ ହେଉଛି ପଞ୍ଚୁକ। ଯେଉଁମାନେ ମାସକ ଯାକ କାର୍ତ୍ତିକ ବ୍ରତ କରି ନଥାନ୍ତି ସେହିମାନେ ଏହି ପଞ୍ଚୁକ ପାଞ୍ଚଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ସମପରିମାଣର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି |
ପଞ୍ଚୁକ ପାଞ୍ଚ ଦିନରେ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍ ଆଜି ବଡ଼ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ଅବକାଶ ନୀତି ପରେ ପାଟବସ୍ତ୍ର, ସ୍ୱର୍ଣ୍ଣ ଅଳଙ୍କାର ଓ ପୁଷ୍ପମାଲ୍ୟ ପରିଧାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ସେହିପରି ଦ୍ୱାଦଶୀରେ ବାଙ୍କଚୁଡ଼, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଓ ପୂର୍ଣ୍ଣିମୀରେ ରାଜରାଜେଶ୍ୱରୀ ବେଶ ବା ସୁନାବେଶ ଅନୁଷ୍ଠିତ ହେବ ।
ପଞ୍ଚୁକ ପାଞ୍ଚ ଦିନ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏଁ ବ୍ୟାରିକେଟ ବଢାଯାଇଛି । ବରିଷ୍ଠ ଏବଂ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ୩ ସିଫ୍ଟରେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମରିଚିକୋଟ ଛକଠାରୁ ସିଂହଦ୍ୱାର ଆଡକୁ କୌଣସି ଗାଡ଼ି ଛଡାଯିବ ନାହିଁ। ଭକ୍ତ ଏବଂ ଜନସାଧାରଣ ପାଦରେ ଚାଲି ଚାଲି ଯିବେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ijdvb2K
No comments:
Post a Comment