ଫୁଲ ତୋଳିବାକୁ ଯାଇଥିଲେ ବୃଦ୍ଧା, ଟେକି କଚାଡ଼ି ଦେଲା ଷଣ୍ଢ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 21, 2023

ଫୁଲ ତୋଳିବାକୁ ଯାଇଥିଲେ ବୃଦ୍ଧା, ଟେକି କଚାଡ଼ି ଦେଲା ଷଣ୍ଢ

ଫୁଲ ତୋଳିବାକୁ ଭୋରରୁ ଘରୁ ବାହାରିଥିଲେ ବୃଦ୍ଧା। ଫୁଲ ତୋଲି ଆଣିଥିଲେ ଠାକୁର ପୂଜା କରିଥାନ୍ତେ। କିନ୍ତୁ ଏହା ପୂର୍ବରୁ ସବୁ ଓଲଟପାଲଟ ହୋଇଗଲା। ଏକ ମାରଣା ଷଣ୍ଢ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଓ ଅଭାବନୀୟ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଥର ଆଡିରେ ଘଟିଯାଇଛି।

ପଥରଆଡି ଅଞ୍ଚଳର ବୃଦ୍ଧାଜଣକ ଆଜି ଭୋରରୁ ଫୁଲ ତୋଳିବାକୁ ଘର ପାଖକୁ ଯାଇଥିଲେ। ମାତ୍ର ଉକ୍ତ ସମୟରେ ଏକ ମାରଣା ଶଣ୍ଢ ସେଠାରେ ପହଞ୍ଚି ତାଙ୍କୁ ଭୁଷି ଦେଇଥିଲା। ବୃଦ୍ଧାଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ଦୌଡ଼ି ଆସିଥିଲେ। ଏହାପରେ ଷଣ୍ଢଟିକୁ ସେମାନେ ସେଠାରୁ ଘଉଡ଼ାଇ ଦେଇଥିଲେ।

ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଉକ୍ତ ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଷଣ୍ଢ ଆକ୍ରମଣରେ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳରେ ମାରଣା ଷଣ୍ଢ ବୁଲିବା ସହ ଲୋକଙ୍କୁ ମାରିବା ପାଇଁ ଗୋଡାଉଥିଲା। ଷଣ୍ଢ ଭୟରେ ଲୋକ ମାନେ ବାହାରିବାକୁ ଭୟ କରୁଥିଲେ । ଏବେ ଏପରି ଏକ ଘଟଣା ପରେ ଲୋକେ ଅତ୍ୟଧିକ ଭୟଭୀତ ହୋଇ ଯାଇଛନ୍ତି। ଉକ୍ତ ମାରଣା ଷଣ୍ଢଟିକୁ ତୁରନ୍ତ ଘଉଡ଼ାଇବା ନିମନ୍ତେ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/3Tcjgy8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages