ଅଷ୍ଟ୍ରେଲିଆକୁ ୪୪ ରନ୍‌ ହରାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 26, 2023

ଅଷ୍ଟ୍ରେଲିଆକୁ ୪୪ ରନ୍‌ ହରାଇଲା ଭାରତ

ଅଷ୍ଟ୍ରେଲିଆକୁ ୪୪ ରନ୍‌ରେ ହରାଇଲା ଭାରତ। ବିଜୟ ସହ ଭାରତ ୫ଟି କିଟିଆ T-20 ସିରିଜରେ ୨-୦ରେ ଆଗରେ ରହିଛି।

ଥିରୁଅନନ୍ତପୁରମ୍‌ରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ T-20ରେ ଟସ୍‌ ଜିତି ଭାରତକୁ ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ଦେଇଥିଲା। ଓପ୍‌ନିଂ କରିବାକୁ ଆସିଥିଲେ ଯଶସ୍ୱୀ ଜୈସୱାଲ ଓ ଋତୁରାଜ ଗାଏକୱାଡ। ପ୍ରଥମ ଓଭରରୁ ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଜୈସୱାଲ ୨୫ଟି ବଲ୍‌ ଖେଳି ୫୩ ରନ୍‌ କରି ନାଥନ୍‌ ଏଲିସ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ତା’ପରେ ଆସିଥିଲେ ଈଶାନ କିଶନ୍‌। ସେ ଗାଏକୱାଡଙ୍କ ସହ ମିଶି ପାଳି ସମ୍ଭାଳିଥିଲେ। ସେ ୩୨ ବଲ ଖେଳି ୫୨ ରନ୍‌ କରି ଷ୍ଟଇନିସ୍‌ଙ୍କ ବଲ୍‌ରେ କ୍ୟାଚ ଆଉଟ୍‌ ହୋଇଥିଲେ। ଈଶାନଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ କ୍ୟାପ୍‌ଟେନ୍‌ ସୂର୍ଯ୍ୟକୁମାର ଯାଦବ। ସେ ୧୯ ରନ୍‌ କରି ଆଉଟ ହୋଇଥିଲେ। ତାଙ୍କ ପଛେ ପଛେ ଗାଏକୱାଡ ୫୮ ରନ୍‌ କରି ଆଉଟ ହୋଇଥିଲେ। ତାଙ୍କ ପରେ ଆସିଥିଲେ ତୀଳକ ବର୍ମା। ସେ ରିଙ୍କୁ ସିଂହ ସହ ପାଳି ସମ୍ଭାଳିଥିଲେ। ତୀଳକ ୭ ରନ୍‌ କରି ଆଉଟ ହୋଇଥିଲେ। ହେଲେ ରିଙ୍କୁ ଜବରଦସ୍ତ ପାଳି ଖେଳିଥିଲେ। ସେ ୯ ବଲ୍‌ରେ ୩୧ ରନ୍‌ କରିଥିଲେ। ଯାହାଫଳରେ ଭାରତ ୨୦ ଓଭରରେ ୨୩୫ ରନ୍‌ କରିପାରିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍‌ ଏଲିସ୍‌ ୩ଟି ୱିକେଟ୍‌ ନେଇଥିବା ବେଳେ ମାର୍କସ ଷ୍ଟଇନିସ୍‌ ଗୋଟିଏ ନେଇଛନ୍ତି।

୨୩୬ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଅଷ୍ଟ୍ରେଲିଆ ଓପ୍‌ନର ଷ୍ଟିଭ ସ୍ମିଥ ଓ ମ୍ୟୁ ଶର୍ଟ। ଉଭୟ ବେଶୀ ସମୟ ତିଷ୍ଠି ପାରିନଥିଲେ। ୧୯ ରନ୍‌ ଲେଖଏଁ କରି ଆଉଟ୍‌ ହୋଇଥିଲେ। ଜଣେ ପରେ ଜଣେ ଆଉଟ୍‌ ହୋଇଯାଇଥିଲେ। ଅଷ୍ଟ୍ରେଲିଆ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୯୧ ରନ୍‌ କରିଥିଲା।

ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ରବୀ ବିଷ୍ଣୋଇ ୩ଟି ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ଅର୍ଶଦୀପ ସିଂହ, ଅକ୍ସର ପଟେଲ, ମୁକେଶ କୁମାର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/tG8aVey

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages