ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବାପରେ ରାଜଭବନରେ ବିଶ୍ରାମ ନେବେ। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି।
ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ପାରାଦୀପରେ ଗୋପବନ୍ଧୁ ଷ୍ଟାଡିୟମ ନିକଟ ହେଲିପ୍ୟାଡରେ ସେନା ହେଲିକପ୍ଟର ମକଡ୍ରିଲ୍ କରିଛି। କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାରସିଂ ମଧ୍ୟ ପାରାଦୀପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆଜି ପୁଣି ଥରେ ସ୍ପଟ୍ ରିହର୍ସଲ କରିବ ପୁଲିସ। ହେଲିପ୍ୟାଡରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ମୁତୟନ ରହିବେ ପୁଲିସ ଫୋର୍ସ। ଏସପିଙ୍କ ସମେତ ୫ କମାଣ୍ଡାଣ୍ଟ ରାଙ୍କ୍ ଅଫିସର, ୧୩ ଡିଏସପି ଏବଂ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।
ସୂଚନାଯୋଗ୍ୟ,ସେପ୍ଟେମ୍ବର ୨୦ ତାରିଖରେ ରାଷ୍ଟ୍ରପତି ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରକଳ୍ପର ଉଦଘାଟନ କରିଥିଲେ। ଏହାସହ ମା’ ସମଲେଇଙ୍କ ଦର୍ଶନ କରିଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/57W0tR8
No comments:
Post a Comment