ବାପାମା’ ସାନ୍ଧ୍ୟ ଭ୍ରମଣରେ ଯାଇଥିଲେ। ଘରକୁ ଫେରିଲେ ପୁଅ ସହ ଖୁସି ଗପ ହେବେ ବୋଲି ଭାବିଥିଲେ। ମାତ୍ର ଘରକୁ ଫେରି ଯାହା ଦେଖିଲେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା । କାରଣ ପୁଅ ସେତେବେଳେକୁ ଓଢ଼ଣି ଲଗାଇ ଝୁଲି ସାରିଥିଲା। ଏପରି ଏକ ଲୋମଟାଙ୍କୁରା ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ମୃତକ ଦିଲ୍ଲୀ ଆଇଆଇଟି ଛାତ୍ର ବୋଲି ଜଣାଯାଇଛି। ମୃତକଙ୍କ ନାଁ ପନଭ ଜୈନ ହୋଇଥିବା ବେଳେ ବୟସ ୨୩ ବର୍ଷ ବୋଲି ଜଣାଯାଇଛି।
ପନଭ କୁମାର ଦିଲ୍ଲୀ ଆଇଆଇଟିରେ ଚତୁର୍ଥ ବର୍ଷ ବି-ଟେକ୍ ଛାତ୍ର ଥିଲେ। ସେ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ନିଜ ପରିବାର ସହ ରହୁଥିଲେ।
ଗତ ମଙ୍ଗଳବାର ସନ୍ଧ୍ୟାରେ ପନଭଙ୍କ ପିତାମାତା ସାନ୍ଧ୍ୟ ଭ୍ରମଣରେ ଯାଇଥିଲେ। ଉକ୍ତ ସମୟରେ ସେ ଘରେ ଥିବା ୱେଟ ଲିଫ୍ଟିଂ ରଡରେ ଓଢ଼ଣି ଲଗାଇ ଝୁଲି ପଡ଼ିଥିଲେ।
ପନଭଙ୍କ ପିତାମାତା ଘରକୁ ଫେରିବା ପରେ ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ସେମାନେ ତୁରନ୍ତ ପୁଅକୁ ନିକଟସ୍ଥ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପନଭଙ୍କ ପିତା ପୁଲିସ୍ ସମ୍ମୁଖରେ ଦେଇଥିବା ବୟାନ ଅନୁଯାୟୀ, ତାଙ୍କ ପୁଅ କିଛି ଦିନ ହେବ ଡିପ୍ରେସନର ଶିକାର ହୋଇଥିଲେ। ଏଥିନିମନ୍ତେ ତାଙ୍କର ଚିକିତ୍ସା ବି ଚାଲିଥିଲା । ମାତ୍ର ଏହା ମଧ୍ୟରେ ସେ ଏପରି ଚରମ ପଦକ୍ଷେପ ଉଠାଇଦେବେ ବୋଲି କେହି ଭାବି ନ ଥିଲେ। ପୁଅକୁ ହରାଇ ବାପାମା’ କେବଳ ମୁଣ୍ଡ ପିଟି କାନ୍ଦୁଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/znmCpxi
No comments:
Post a Comment