ହାତୀ ଆକ୍ରମାଣରେ ଗଜସାଥୀ ଗୁରୁତର । ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଧୀନ ବୁଦେଲଗୁମା ଗାଁ ନିକଟରେ ଘଟିଛି । ଗୁରୁତର ଜଙ୍ଗଲ ବିଭାଗ କର୍ମଚାରୀ ବା ଗଜସାଥୀଜଣକ ହେଉଛନ୍ତି ରବି ମାଝୀ |
ବୁଦେଲଗୁମା ଗାଁ ନିକଟକୁ ଦଶଟି ଜଙ୍ଗଲି ହାତୀ ଚାଲି ଆସିଥିବା ନେଇ ବନ ବିଭାଗ ଖବର ପାଇଥିଲା। ଏହାପରେ ଅନ୍ୟ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ରବି ମାଝୀ ମଧ୍ୟ ଆଜି ଭୋରରୁ ହାତୀ ଘଉଡ଼ାଇବାକୁ ବୁଦେଲଗୁମା ଗାଁକୁ ଯାଇଥିଲେ।
ହାତୀ ଆସିଥିବା ଖବର ପାଇ ଧୀରେ ଧୀରେ ଅସମ୍ଭବ ଲୋକଙ୍କ ଭିଡ଼ ଜମିବାକୁ ଲାଗିଲା। ଏହି ସମୟରେ ଅଧିକ କୋଳାହଳ ହେତୁ ହଠାତ ରବି ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଉଠାଇ ନେଇ କଚାଡି ଦେଇଥିଲା ।
ହାତୀ ଆକ୍ରମଣରେ ରବିଙ୍କ ହାତ ଭାଙ୍ଗିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ଏବେବି ଉଡ଼ାର ନିକଟରେ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରୀ ରଖିଛି ଜଙ୍ଗଲ ବିଭାଗ ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/9sdZYL4
No comments:
Post a Comment