କାଲି ଉପବାଚସ୍ପତି ନିର୍ବାଚନ: ଆଜି ହେବ ନାମାଙ୍କନ ଦାଖଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 19, 2023

କାଲି ଉପବାଚସ୍ପତି ନିର୍ବାଚନ: ଆଜି ହେବ ନାମାଙ୍କନ ଦାଖଲ

ଓଡ଼ିଶା ବିଧାନସଭା ଉପବାଚସ୍ପତି ନିର୍ବାଚନ ଲାଗି ଆଜି ହେବ ନାମାଙ୍କନ ଦାଖଲ। ଆସନ୍ତାକାଲି ନିର୍ବାଚନ ହେବ। ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ।

୨୦୧୯ରୁ ଉପବାଚସ୍ପତି ଭଳି ସାମ୍ବିଧାନିକ ପଦରେ ଥିବାରୁ ସଂଗଠନକୁ ଗୁରୁତ୍ୱ ଦେଇପାରିନଥିଲେ ରଜନୀକାନ୍ତ। ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେବା ପରେ ସେ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଅନୁଗୁଳର ସଂଗଠନ ଦାୟିତ୍ୱ ନେବେ ବୋଲି ଗଣମାଧ୍ୟମକୁ କହିଥିଲେ।

ଆଜି ନାମାଙ୍କନ ଦାଖଲ ଥିବା ବେଳେ ଶାସକ ଦଳ ବିଜେଡି ପାଖରେ ସମସ୍ୟା ହେଲା ପ୍ରାର୍ଥୀ ଚୟନ। ବାଚସ୍ପତି ଉପକୂଳ ଓଡ଼ିଶାର ହୋଇଥିବାରୁ ଉପବାଚସ୍ପତି ପଶ୍ଚିମ କିମ୍ବା ଉତ୍ତର ଓଡ଼ିଶାରୁ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଉପବାଚସ୍ପତି ପଦ ଲାଗି ବରିଷ୍ଠ ନା ଯୁବ ଚେହେରାଙ୍କ ଉପରେ ଦଳ ଭରସା କରିବ ତାକୁ ନେଇ ଅଙ୍କ କଷୁଛି ବିଜେଡି। ତେବେ ଚୂଡାନ୍ତ ନିଷ୍ପତି ସୁପ୍ରିମୋଙ୍କ ହାତରେ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ,  ଅନୁଗୁଳ ଜିଲ୍ଲାରେ ଦଳର ସ୍ଥିତି ଖରାପ ହେଉଥିବାରୁ ଶ୍ରୀ ସିଂହଙ୍କୁ ଉପବାଚସ୍ପତି ପଦ ଛାଡ଼ି ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ କଥା ବୁଝିବାକୁ କୁହାଯାଇଛି। ଉପବାଚସ୍ପତି ପଦରେ ଥିବାରୁ ସେ ଦଳୀୟ ସାଂଗଠନିକ କାର୍ଯ୍ୟ କରିବା ସମ୍ଭବପର ହେଉ ନଥିଲା । ଅ

ନୁଗୁଳ ବିଧାନସଭା ଆସନରୁ କ୍ରମାଗତ ୪ଥର ଜିତିଥିବା ଶ୍ରୀ ସିଂହ ୨୦୧୯ ଜୁନ୍ ମାସରୁ ଉପବାଚସ୍ପତି କରାଯାଇଥିଲା। ସେ ଏହି ସାମ୍ବିଧାନିକ ପଦରେ ଥିବାରୁ ସାଂଗଠନିକ କାର୍ଯ୍ୟ ସମ୍ଭବପର ହୋଇପାରୁନଥିଲା, ଯାହାର ପ୍ରଭାବ ପଂଚାୟତ ଓ ପୌର ନିର୍ବାଚନରେ ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କଠୁ ରଜନୀକାନ୍ତଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ୁଛି। ୨୦୧୯ରେ ମାତ୍ର ୮୮୨୩ ଖଣ୍ଡ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କିମ୍ବା ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ଏହି ଦୁଇ ସଂସଦୀୟ କ୍ଷେତ୍ରର ରାଜନୀତି ଉପରେ ଅନୁଗୁଳର ପ୍ରଭାବ ଥିବାରୁ ବିଜେଡି ନିଜର ପୁରୁଖା ନେତା ରଜନୀକାନ୍ତ ସିଂହଙ୍କ ମାଧ୍ୟମରେ ସାଂଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବାକୁ ଚାହିଁଛି । ଅନୁଗୁଳ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟ କରୁଛନ୍ତି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/WKvUOaB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages