ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ, ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ଯବାନ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 8, 2023

ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ, ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ଯବାନ ଆହତ

ଜମ୍ମୁକଶ୍ମୀରରେ ଏନକାଉଣ୍ଟର। ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳିବନିମୟରେ ଜଣେ ଆତଙ୍କୀ ସଫା ହୋଇଥିବା ବେଳେ ପାକିସନ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ବିଏସଏଫ ଯବାନ ଆହତ ହୋଇଥିବା ସୂଚନା।

ସୂଚନା ଅନୁସାରେ, ଆଜି ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଗୁଳିବିନିମୟ ଘଟିଛି। ଶୋପିଆନର କାଠୋହାଲେନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇଥିଲେ ସେନା କର୍ମଚାରୀ। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ଉଭୟଙ୍କ ପକ୍ଷରୁ ଗୁଳିବିନିମୟ କରାଯାଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

ନିହତ ହୋଇଥିବା ଆତଙ୍କବାଦୀ, ମିସର ଅହମ୍ମଦ ଦାର ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ସହିତ ଜଡିତ ଥିବା କାଶ୍ମୀର ଜୋନ୍ ପୁଲିସ ପକ୍ଷରୁ ରିପୋର୍ଟ କରାଯାଇଛି। ଅନ୍ୟ ଏକ ଘଟଣାରେ ରାମଗଡ ସେକ୍ଟର ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି। ବର୍ତ୍ତମାନ ଆହତ ଯବାନଙ୍କର ଚିକିତ୍ସା ଚାଲିଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/OPcCtHQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages