ଛତିଶଗଡ଼ର ମନ୍ତ୍ରୀ ଗୁରୁ ରୁଦ୍ର କୁମାରଙ୍କ କାରକେଡ ଉପରକୁ ହୋଇଛି ଟେକା ମାଡ଼ । ରୁଦ୍ର କୁମାର କଂଗ୍ରେସ ଦଳର ବିଧାୟକ ହୋଇଥିବା ବେଳେ ଚଳିତ ଥର ଛତିଶଗଡ଼ର ନାୱାଗର ବିଧାନସଭା ଆସନରୁ ଛିଡ଼ା ହୋଇଛନ୍ତି।
ଗତକାଲି ଗୁରୁ ରୁଦ୍ର କୁମାର ଝଲ ଗାଁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ କାର୍ ଯୋଗେ ଫେରୁଥିଲେ। ମାତ୍ର ବିମିତ୍ରା ନିକଟରେ ଅତର୍କିତ ଭାବେ ତାଙ୍କ କାରକେଡ ଉପରକୁ ଟେକାପଥର ମାଡ଼ ହୋଇଥିଲା। ଉକ୍ତ ସମୟରେ ମନ୍ତ୍ରୀ ଗାଡ଼ିରେ ଥିବା ବେଳେ ତାଙ୍କର କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ମାତ୍ର କାରକେଡରେ ଯାଉଥିବା ବହୁ ଗାଡ଼ିର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏହାପରେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିବା ଜଣାଯାଇଛି।
ଏନେଇ ରୁଦ୍ର କୁମାର ଥାନାରେ ଏକ ମାମଲା ରୁଜୁ କରିଥିବା ବେଳେ ପୁଲିସ୍ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ୭ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଆସନ୍ତା ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/E8lgUB1
No comments:
Post a Comment