ଭୋଟ ଦେଉଛି ରାଜସ୍ଥାନ, ମଇଦାନରେ ୧,୮୬୨ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 24, 2023

ଭୋଟ ଦେଉଛି ରାଜସ୍ଥାନ, ମଇଦାନରେ ୧,୮୬୨ ପ୍ରାର୍ଥୀ

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି ରାଜସ୍ଥାନ ବିଧାନସଭା ପାଇଁ ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସକାଳୁ ସକାଳୁ ଭୋଟରମାନେ ଲମ୍ବାଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି ।

ଆଜି ରାଜସ୍ଥାନର ୧ ହଜାର ୮୬୨ ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ପରୀକ୍ଷା ହେବ। ୫ କୋଟି ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଭୋଟ ଗ୍ରହଣ ପାଇଁ ୫୧ ହଜାର ୭୫୬ ମତଦାନ କେନ୍ଦ୍ର କରାଯାଇଛି। ୨୬ ହଜାର ଭୋଟଗ୍ରହଣ କେନ୍ଦ୍ରର ୱେବକାଷ୍ଟିଂ କରାଯାଉଛି ।

ମତଦାନକୁ ଶୃଙ୍ଖଳିତ କରିବା ପାଇଁ ଏକ ଲକ୍ଷ ୭୧ ହଜାର ପୁଲିସ କର୍ମୀ ମୁତୟନ କରାଯାଇଛି । ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ୧୯୯ ଆସନରେ ମତଦାନ ଚାଲିଛି ।

ରାଜ୍ୟର କରନପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ୱିମୁଖୀ ଲଢେଇ ହେବ। ରାଜ୍ୟରେ ବର୍ତ୍ତମାନ କଂଗ୍ରେସ କ୍ଷମତାସୀନ ଅଛି।

କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରା, ପୂର୍ବ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ବିଧାନସଭା ଅଧ୍ୟକ୍ଷ ସିପି ଯୋଶୀ, ମନ୍ତ୍ରୀ ଶାନ୍ତି ଧାରିବାଲି ପ୍ରମୁଖ ମଇଦାନକୁ ଓହ୍ଲାଇଛନ୍ତି।

ଅପରପକ୍ଷେ, ବିଜେପି ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ରାଜେନ୍ଦ୍ର ରାଠୋର, . ସତିଶ ପୁନିଆ, ସାଂସଦ ଦିୟା କୁମାରୀ, ରାଜବର୍ଦ୍ଧନ ରାଠୋର ପ୍ରମୁଖଙ୍କ ଭାଗ୍ୟ ଆଜି ଭୋଟବାକ୍ସରେ ସିଲ୍‌ ହେବ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/anKoekQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages