ବସ୍‌ ଭଡ଼ାକୁ ନେଇ ବଚସା, କଣ୍ଡକ୍ଟରଙ୍କ ବେକ କାଟିଦେଲେ ଯାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 24, 2023

ବସ୍‌ ଭଡ଼ାକୁ ନେଇ ବଚସା, କଣ୍ଡକ୍ଟରଙ୍କ ବେକ କାଟିଦେଲେ ଯାତ୍ରୀ

ବସ୍‌ ଭଡ଼ାକୁ ନେଇ ଆରମ୍ଭ ହେଲା ବଚସା । ଏହି ବଚସା ଥମିବା ପରିବର୍ତ୍ତେ ଧୀରେ ଧୀରେ ନେଲା ଉଗ୍ର ରୂପ । ଶେଷରେ ଯାତ୍ରୀଜଣକ ବସ୍‌ କଣ୍ଡକ୍ଟରଙ୍କ ବେକକୁ ମାରଣାସ୍ତ୍ରରେ କାଟି ଦେଇଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି।

ଅଭିଯୁକ୍ତଜଣକ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାଯାଇଛି। ପୁଲିସ୍‌ ସମ୍ପୃକ୍ତ ଛାତ୍ରଙ୍କ ଗିରଫ କରିଥିବା ବେଳେ ସେ ପୁଲିସ୍‌ ଉପରକୁ ଫାୟାରିଂ କରିବାକୁ ଚେଷ୍ଟା କରିଥିଲେ। ପାଲଟା ଜବାବରେ ପୁଲିସ୍‌ ତାଙ୍କ ପାଦକୁ ଫାୟାରିଂ କରିଥିବା ବେଳେ ସେ ଏବେ ମେଡିକାଲ ବେଡରେ ପଡ଼ିଥିବା ଜଣାଯାଇଛି।

ଉତ୍ତରପ୍ରଦେଶର ପ୍ରୟାଗରାଜ ସିଭିଲ ଲାଇନରେ ଚାଲୁଥିବା ଇଲେକ୍ଟ୍ରିକ୍‌ ବସ୍‌ରେ ଲାରେବ ହାସମୀ ନାମକ ଇଞ୍ଜିନିୟରିଂ ଛାତ୍ର ଚଢ଼ିଥିଲେ। ସେ ନିଜ କଲେଜ ଅଭିମୁଖେ ଯାଉଥିଲେ। ମାତ୍ର ବାଟରେ ବସ୍‌ ଭଡ଼ାକୁ ନେଇ ତାଙ୍କର କଣ୍ଡକ୍ଟର ହରିକେଶ ବିଶ୍ୱକର୍ମାଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହାସମୀ ନିଜ ବ୍ୟାଗରେ ଥିବା ଏକ ମାରଣାସ୍ତ୍ର ବାହାର କରି ହରିକେଶଙ୍କ ବେକ ଓ ହାତକୁ ଆକ୍ରମଣ କରିଥିଲେ।

ଏହାଦେଖି ଡ୍ରାଇଭର ଗାଡ଼ି ଅଟକାଇବାରୁ ହାସମୀ ଓହ୍ଲାଇ ଫେରାର ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ଡ୍ରାଇଭର ହରିକେଶଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍‌ ଘଟଣାର ଛାନଭିନ କରି ହାସମୀଙ୍କୁ ଗିରଫ କରିଥିଲା। ପୁଲିସ୍ ତାଙ୍କୁ ଥାନାକୁ ନେଇଥିବା ବେଳେ ସେଠାରେ ସେ ନିଜ ପାଖରେ ଲୁଚାଇଥିବା ଏକ ବନ୍ଧୁକରୁ ଗୁଳି ଚଳାଇଥିଲେ।

ମାତ୍ର ଗୁଳିଟି କାହା ଦେହରେ ବାଜି ନ ଥିବା ବେଳେ ସଙ୍ଗେସଙ୍ଗେ ପୁଲିସ୍ ପାଲଟା ଗୁଳିଚାଳନା କରିଥିଲା। ଗୁଳିଟି ହାସମୀଙ୍କ ପାଦରେ ବାଜିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/lAacEDu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages