ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ବିନିର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାକୁ ୧୬ ବର୍ଷ ହୋଇଥିଲା। ବୟସାଧିକ କାରଣରୁ ସିଂହୀ ବିନିର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା।
ଗତ ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୨୦୦୭ରେ ଜନ୍ମ ନେଇଥିବା ସିଂହୀ ବିନି ଇସ୍ରାଏଲରୁ ନନ୍ଦନକାନକୁ ଆସିଥିଲା। ୧୬ ବର୍ଷ ଧରି ତାର ଉପସ୍ଥିତି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲା।
ତେବେ ବିନିର ମୃତ୍ୟୁ ପରେ ନନ୍ଦନକାନ ପ୍ରାଣୀ ଉଦ୍ୟାନରେ ସିଂହଙ୍କ ସଂଖ୍ୟା ୨୧କୁ ହ୍ରାସ ପାଇଛି। ନନ୍ଦନକାନନ ସିଂହ ସଫାରୀରେ ଏବେ ୧୨ଟି ଅଣ୍ଡିରା ଏବଂ ୯ଟି ମାଈ ସିଂହ ଅଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/u4DJvFi
No comments:
Post a Comment