ଢାବାକୁ ମାଡ଼ିଗଲା ଟ୍ରକ୍‌: ୩ ମୃତ, ୩ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 16, 2023

ଢାବାକୁ ମାଡ଼ିଗଲା ଟ୍ରକ୍‌: ୩ ମୃତ, ୩ ଗୁରୁତର

ଉତ୍ତର ପ୍ରଦେଶର ଇଟାବାରେ ଶନିବାର ରାତିରେ ଏକ ଢାବା ଉପରେ ଟ୍ରକ୍‌ଟିଏ ଚଢ଼ି ଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଇକଦିଲ ଥାନା ଅନ୍ତର୍ଗତ ମାଣିକପୁର ନିକଟରେ ଘଟିଛି ଏହି ଦୁର୍ଘଟଣା।

ଟ୍ରକ୍‌ଟିରେ ଝାରଖଣ୍ଡର ନମ୍ବର ପ୍ଲେଟ୍ ଲାଗିଛି। ଏହା କାନପୁର ଆଡୁ ଆସୁଥିଲା ଓ ଦିଲ୍ଲୀ ଅଭିମୁଖେ ଯାଉଥିଲା।

ପୁଲିସ୍ ଟ୍ରକ୍‌କୁ ଜବତ କରିଛି। ତା’ ସହିତ ଡ୍ରାଇଭରଙ୍କୁ ଗିରଫ କରିଛି। ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ଜଣାପଡ଼ିଛି।

ଇଟାବାର ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଛି। ଏନେଇ ଅଧିକ ତଦନ୍ତ ଚାଲିଛି।

ତିନି ଗୁରୁତର ଆହତଙ୍କୁ ଇଟାବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/oZJ2kr8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages