ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 16, 2023

ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା

ଅରୁଣାଚଳ ପ୍ରଦେଶର ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ତିରପ ଜିଲ୍ଲାର ରାହୋ ଗାଁରେ ଗୁଳି କରି ହତ୍ୟା କରାଯାଇଛି। ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି।

ମୃତ ପୂର୍ବତନ ବିଧାୟକଙ୍କ ନାଁ ୟସମେନ ମାଟେ। ସେ ତାଙ୍କର ତିନି ଜଣ ସମର୍ଥକ ସହିତ କୌଣସି ବ୍ୟକ୍ତିଗତ କାମରେ ରାହୋ ଗାଁକୁ ଯାଇଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ କୌଣସି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଗାଁ ନିକଟସ୍ଥ ଜଙ୍ଗଲ ଆଡ଼କୁ ନେଇ ଯାଇଥିଲା। ଏହାର କିଛି ସମୟ ପରେ ସେହି ସ୍ଥାନରେ ଗୁଳି ଫୁଟିବାର ଶବ୍ଦ ଶୁଣିଥିଲେ ଅନ୍ୟମାନେ। ସମସ୍ତେ ସେଠାକୁ ଯିବା ପରେ ପୂର୍ବତନ ବିଧାୟକ ୟସମେନ ମାଟେଙ୍କୁ ମୃତ ଅବସ୍ଥାରେ ପାଇଥିଲେ।

ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ଆତଙ୍କବାଦୀର ନାଁ କହିବାକୁ ଏସ୍‌ପି ମନା କରି ଦେଇଥିବା ବେଳେ ଏଥିରେ ପ୍ରତିବନ୍ଧିତ ସଂଗଠନ ନ୍ୟାଶନାଲ ସୋଶିଆଲିଷ୍ଟ କାଉନ୍‌ସିଲ ଅଫ୍ ନାଗାଲ୍ୟାଣ୍ଡ (କେୱାଇଏ)ର ସଂପୃକ୍ତି ରହିଥିବା ଜଣାପଡ଼ିଛି।

ୟସମେନ ମାଟେ ୨୦୦୯ରେ କଂଗ୍ରେସ ଟିକେଟରେ ଖୋନସା ୱେଷ୍ଟ ଆସନରୁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ୨୦୧୫ରେ ସେ ବିଜେପିରେ ଯୋଗ ଦେଇଥିଲେ। ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ସରକାରୀ ଚାକିରି କରୁଥିଲେ।



 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/EczdWFK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages