ଲୋକଙ୍କ ବିନା ଅନୁମତିରେ ସେମାନଙ୍କ ବାୟୋମେଟ୍ରିକ୍ ବ୍ୟବହାର କରି ଆକ୍ଟିଭେଟ କରୁଥିଲା ଏକାଧିକ ଡୁପ୍ଲିକେଟ ସିମ୍ କାର୍ଡ । ଆଉ ତାହାକୁ ଚଢ଼ା ରେଟ୍ରେ ବିକ୍ରି କରୁଥିଲା। ଏପରି ଏକ ସିମ୍ କାର୍ଡ ଦୋକାନୀଙ୍କୁ ବାନ୍ଧି ପୁଲିସ କୋର୍ଟଚାଲାଣ କରିଛି। ଏପରି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଘଟିଥିବା ବେଳେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଏକ ଡୁପ୍ଲିକେଟ ସିମ୍ କାର୍ଡ ଆକ୍ଟିଭେସନ ରାକେଟ ସଂପର୍କରେ ଟେଲି କମ୍ୟୁନିକେସନ ବିଭାଗ ପକ୍ଷରୁ କ୍ରାଇମବ୍ରାଞ୍ଚ ସହ ଭଦ୍ରକ ଏସପିଙ୍କୁ ଏକ ଚିଠି ହୋଇଥିଲା। ଏହାପରେ ଭଦ୍ରକ ପୁଲିସ୍ ଓ କ୍ରାଇମବ୍ରାଞ୍ଚ ବିଭାଗ ଆକ୍ଟିଭ ହେବା ସହ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ।
ଖୋଳତାଡ଼ କରି ବାସୁଦେବପୁର ପୁଲିସ୍ ଏକ କମ୍ପାନୀର ରିଟେଲର ତଥା ବାସୁଦେବପୁର ଥାନା ଆରୁହା ଭାଗପୁର ଅଞ୍ଚଳର ବିଦ୍ୟାଧର ସାହୁଙ୍କ ପାଖରେ ପହଞ୍ଚିଥିଲା। ଯିଏ ନିଜର ସିମକାର୍ଡ ଟାର୍ଗେଟ୍ କରିବା ପାଇଁ ଏପରି ଷଡଯନ୍ତ୍ର ରଚୁଥିଲେ। ଏପରିକି ସେ ଚାଲାକି କରି ଗ୍ରାହକଙ୍କଠାରୁ ଏକାଧିକ ଥର ବାୟୋମାଟ୍ରିକ ନେଇ ଯାଉଥିଲେ। ଏହାପରେ ସେମାନଙ୍କ ଅଜଣାତ ଓ ବିନା ଅନୁମତିରେ ସେମାନଙ୍କ ନାମରେ ସିମ୍ କାର୍ଡ ଆକ୍ଟିଭେସନ କରି ବିକ୍ରି କରୁଥିଲା।
ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ବିଦ୍ୟାଧର ସାହୁକୁ ବାସୁଦେବପୁର ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଭଦ୍ରକ ଏସଡିପିଓ ସୂଚନା ଦେଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/FjNR7pC
No comments:
Post a Comment