ଡମ୍ଫର ସହ କାରର ଧକ୍କା ହେବା ପରେ ଲାଗିଗଲା ନିଆଁ; ୮ ଜୀବନ୍ତ ଦଗ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 9, 2023

ଡମ୍ଫର ସହ କାରର ଧକ୍କା ହେବା ପରେ ଲାଗିଗଲା ନିଆଁ; ୮ ଜୀବନ୍ତ ଦଗ୍ଧ

ବିବାହ ଭୋଜିରେ ଯୋଗ ଦେବା ସମସ୍ତେ ଖୁସିରେ ଯାଉଥିଲେ। ହେଲେ ସେମାନଙ୍କ ଖୁସି ବେଶୀ ସମୟରେ ରହିନଥିଲା। ହଠାତ୍ ଯେପରି ଗୋଟିଏ ମିନିଟ୍‌ରେ ସବୁ ଓଲଟପାଲଟ ହୋଇଯାଇଥିଲା। ବାଟରେ ମର୍ମନ୍ତୁଦ ଦୁର୍ଘଟଣାରେ  ୮ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। 

ଉତ୍ତରପ୍ରଦେଶର ବାରେଲି-ନୈନିତାଲ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡମ୍ଫର ସହ କାର୍‌ର ଧକ୍କା ଦେବା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଛି। ଦୁର୍ଘଟଣାରେ ଜଣେ ଶିଶୁ ସମେତ ୮ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ କାର୍‌ଟି ବାରେଲି-ନୈନିତାଲ ଜାତୀୟ ରାଜପଥରେ ଯାଉଥିବା ସମୟରେ ହଠାତ୍ ଚକା ଫାଟି ଯାଇଥିଲା। ପରେ କାରଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଡମ୍ଫର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ କାର୍‌ଟି ରାସ୍ତାଉପରେ ଓଲଟି ପଡ଼ିଥିଲା। ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। କାର୍‌ରେ ଥିବା ଜଣେ ଶିଶୁ ସମେତ ୮ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ହେଲେ ନିଆଁ ଲାଗିବା ପରେ ଡମ୍ଫର ଡ୍ରାଇଭର ଗାଡ଼ିରୁ ଡିଆଁ ମାରି ପଳାଇ ଯାଇଥିଲେ।

ଦୁଇଟି ଗାଡ଼ି ହୁତୁ ହୁତୁ ହୋଇଥିବା ଜଳୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କାର୍‌ରେ ଜଣେ ଶିଶୁ ସମେତ ୮ ଜଣ ବରଯାତ୍ରୀରେ ଯାଉଥିଲେ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/M4QZmx0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages