ଜମିବାଡ଼ି ଵିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି। ହଣାକଟାରେ ଉଭୟ ପରିବାରରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ବରାଳ ପୋଖୋରୀ ଏକ ନମ୍ବର ୱାର୍ଡରେ। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି। ଆହତଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି।
ଦଳେଇ ଓ ସେନାପତି ପରିବାର ମଧ୍ୟରେ ଦୀର୍ଘ ୪ଵର୍ଷ ହେଲା ଜମିବାଡ଼ିକୁ ନେଇ ଵିଵାଦ ଲାଗି ରହିଛି। ଗତକାଲି ଜମିଜମାକୁ ଉଭୟ ପରିବାର ମଧ୍ୟରେ ବିବାଦ ହୋଇଥିଲା। ପରେ ଏହି ବିବାଦ ଉଗ୍ରରୂପ ନେଇଥିଲା। ଉଭୟ ପରିବାର ମଧ୍ୟରେ ହଣାକଟା ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।
ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୃତୟନ କରାଯାଇଛି। ଦଳେଇ ଓ ସେନାପତି ପରିବାର ସମ୍ପର୍କୀୟ ହେବେ। ପୁଲିସ ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PzFsTN3
No comments:
Post a Comment