ଅଯୋଧ୍ୟା ଏବେ ରାମମୟ; ରେଳ ଷ୍ଟେଶନ ପରେ ବଦଳିଲା ଏୟାରପୋର୍ଟର ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 28, 2023

ଅଯୋଧ୍ୟା ଏବେ ରାମମୟ; ରେଳ ଷ୍ଟେଶନ ପରେ ବଦଳିଲା ଏୟାରପୋର୍ଟର ନାଁ

ଭବ୍ୟ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଝଲସି ଉଠିଲାଣି ଅଯୋଧ୍ୟା । ଫଳରେ ଅଯୋଧ୍ୟାର କୋଣ କୋଣ ଏବେ ରାମମୟ ହୋଇଗଲାଣି। ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି ତାଙ୍କ ନାମ । ରାମ ମନ୍ଦିରର ଭବ୍ୟ ପ୍ରତିଷ୍ଠା ସମାରୋହ ପୂର୍ବରୁ ଅଯୋଧ୍ୟା ଷ୍ଟେଶନର ନାମ ବଦଳି ସାରିଥିବା ବେଳେ ଏବେ ଏୟାରପୋର୍ଟ ନାମ ବି ବଦଳି ଯାଇଛି।

ଅଯୋଧ୍ୟାରେ ଥିବା ଏୟାରପୋର୍ଟର ନାମ ପୂର୍ବରୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଥିବା ବେଳେ ଏବେ ତାହାର ନାମ ବଦଳି ଯାଇଛି। ଫଳରେ ଏୟାରପୋର୍ଟଟି ଏବେ ମହର୍ଷି ବାଲ୍ମିକି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଅଯୋଧ୍ୟା ନାମରେ ନାମିତ ହେବ । ଏହି ଏୟାରପୋର୍ଟ ଅହମ୍ମଦାବାଦ ଓ ଅଯୋଧ୍ୟା ମଧ୍ୟରେ ଉଡ଼ାଣ ଭରିବ । ସପ୍ତାହକୁ ୩ ଥର ଏହି ଏୟାରପୋର୍ଟରୁ ବିମାନ ଉଡ଼ିବ ବୋଲି ଜଣାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଅଯୋଧ୍ୟାରୁ ଦିଲ୍ଲୀ ଓ ଅହମ୍ମଦାବାଦକୁ ଉଡ଼ାଣ ଆରମ୍ଭ ହେବ । ଆସନ୍ତା ୬ ତାରିଖରେ ପ୍ରଥମ ଫ୍ଲାଇଟ୍‌ ସକାଳ ୧୧ଟା୫୫ ମିନିଟ୍‌ରେ ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିବ। ଏହା ଅପରାହ୍ନ ୧ଟା ୧୫ ମିନିଟ୍‌ରେ ଅଯୋଧ୍ୟାରେ ପହଞ୍ଚିବ । ଏହାପରେ ଅପରାହ୍ନ ୧ଟା ୪୫ ମିନିଟ୍‌ରେ ଉକ୍ତ ଫ୍ଲାଇଟ୍‌ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୩ଟାରେ ପହଞ୍ଚିଯିବ ।

ଇଣ୍ଡିଗୋର ଗ୍ଲୋବାଲ ସେଲ୍ସ ହେଡ ବିନୟ ମଲହୋତ୍ରାଙ୍କ ମୁତାବିକ, ଆସନ୍ତା ୧୦ ତାରିଖରୁ ଦିଲ୍ଲୀରୁ ଅଯୋଧ୍ୟା ଓ ଅଯୋଧ୍ୟାରୁ ଦିଲ୍ଲୀକୁ ପ୍ରତିଦିନ ବିମାନ ସେବା ଆରମ୍ଭ ହେବ । ଅଯୋଧ୍ୟାରୁ ଅହମ୍ମଦାବାଦ ଓ ଅହମ୍ମଦାବାଦରୁ ଅଯୋଧ୍ୟାକୁ ସପ୍ତାହର ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ସେବା ମିଳିବ ।୧୧ ତାରିଖରୁ ସକାଳ ୯ଟାରୁ ଫ୍ଲାଇଟ ଅହମ୍ମଦାବାଦ ଛାଡ଼ି ପୂର୍ବାହ୍ନ ୧୧ଟାରେ ଅଯୋଧ୍ୟାରେ ପହଞ୍ଚିବ । ଏହାପରେ ରାତି ୧୧ଟା୩୦ରେ ଅଯୋଧ୍ୟା ଛାଡ଼ି ରାତି ୧ଟା ୪୦ରେ ଅହମ୍ମଦାବାଦରେ ପହଞ୍ଚିବ । ବିମାନ ସେବା ଆରମ୍ଭ ହେଲେ ଦିଲ୍ଲୀରୁ ଅଯୋଧ୍ୟାର ଦୂରତା ମାତ୍ର ୧ ଘଣ୍ଟା ୨୦ ମିନିଟ୍‌ରେ ଅତିକ୍ରମ କରି ହେବ ।

ସମଗ୍ର ଅଯୋଧ୍ୟା ଏବେ ରାମମୟ ହୋଇ ଯାଇଥିବା ବେଳେ ଅଯୋଧ୍ୟା ଏୟାରପୋର୍ଟରେ ଦେଖିବାକୁ ମିଳିଛି ପ୍ରଭୁ ରାମଙ୍କ ଛାପ । ଏୟାରପୋର୍ଟ ଟର୍ମିନାଲ କାନ୍ଥରେ ପ୍ରଭୁ ରାମଙ୍କ ଜୀବନୀର ବହୁ ଚିତ୍ର ପ୍ରଦର୍ଶୀତ କରାଯାଇଛି। ଏଥିସହ ଏୟାରପୋର୍ଟ ନିର୍ମାଣରେ ବାସ୍ତୁ ସହ ଡିଜାଇନ ଉପରେ ବି ଖାସ୍‌ ଗୁରୁତ୍ୱ ଦିଆଯାଇଛି।

ଏହି ଏୟାରପୋର୍ଟକୁ ବିପୁଳ ବାରଷ୍ଣୈୟ ଓ ତାଙ୍କ ଟିମ୍‌ ପ୍ରସ୍ତୁତ କରିଛନ୍ତି। ରାମାୟଣର ସାତ କାଣ୍ଡ ଦ୍ୱାରା ପ୍ରଭାବିତ ହୋଇ ଏହି ଏୟାରପୋର୍ଟକୁ ସାତ ଶିଖର ନଗର ଶୈଳିରେ ନିର୍ମିତ କରାଯିବାକୁ ଚେଷ୍ଟା କରାଯାଇଛି। ଫଳରେ ମୁଖ୍ୟ ଶିଖର ମଝିରେ ଓ ତାହାର ଆଗ ଓ ପଛରେ ୩ଟି ଲେଖାଏ ଶିଖର ନିର୍ମାଣ କରାଯାଇଛି। ଏହାବାଦ ଏୟାରପୋର୍ଟର ସବୁ କୋଣରେ ଯଥା ସମ୍ଭବ ପ୍ରଭୁ ରମାଙ୍କ ଛାପ ଛାଡ଼ିବାକୁ ପ୍ରୟାସ କରାଯାଇଛି। ଏୟାରପୋର୍ଟ ବାହାରେ ଧନୁତୀରର ଏକ ବଡ଼ ପ୍ରତିଛବି ସ୍ଥାନିତ କରାଯାଇଛି।

ଦୁଇ ଦିନ ପୂର୍ବରୁ ଅଯୋଧ୍ୟା ରେଳ ଷ୍ଟେଶନ ନାମ ଅଯୋଧ୍ୟା ଜଙ୍କସନ୍‌କୁ ବଦଳାଇ ଅଯୋଧ୍ୟା ଧାମ କରି ଦିଆଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/rSlIVb0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages