ପିକନିକ୍‌ ସାରି ଘରକୁ ଫେରୁଥିଲେ,ଅଧା ବାଟ ଟ୍ରଲରକୁ ପିଟିଲା ଟ୍ରକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 20, 2023

ପିକନିକ୍‌ ସାରି ଘରକୁ ଫେରୁଥିଲେ,ଅଧା ବାଟ ଟ୍ରଲରକୁ ପିଟିଲା ଟ୍ରକ୍

ଦାରିଙ୍ଗିବାଡିରୁ ପିକନିକ୍‌ ସାରି ଖୁସିରେ ସମସ୍ତେ ଘରକୁ ଫେରୁଥିଲେ।ଗାଡ଼ି ଭିତରେ ଭୋଜି ଭାତର ମଜାମସ୍ତି ବିଷୟରେ କଥା ହେଉଥିଲେ। ହେଲେ ସେମାନେ ଜାଣି ନଥିଲେ ସେ ସେମାନଙ୍କୁ ବାଟରେ ଜଗି ରହିଛି ଯମ।  ଘରୁକୁ ‍ଫେରିଲା ବେଳେ ଅଧ ବାଟରେ ଟ୍ରଲରକୁ ଭ୍ୟାନ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତହତ ଘର ଆଠଗଡ଼ ଅଞ୍ଚଳର ବୋଲି ଜଣାଯାଇଛି।

୧୫ରୁ ଅଧିକ ଯୁବକ ଦାରିଙ୍ଗିବାଡିରୁ ପିକନିକ୍ ସାରି ଏକ ଭ୍ୟାନରେ ଅଠଗଡ଼ ନିଜ ଘରକୁ ଫେରୁଥିଲେ। ଟାକେରା ଛକ ନିକଟରେ ଏକ ଟ୍ରଲର ରାସ୍ତାଗଡ଼ରେ ଠିଆ ହୋଇଥିଲା। ଆଜି ଭୋର ୫ଟା ସମୟରେ  ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜଣେ ଯୁବକ ଦୁଇ ଗାଡ଼ି ମଝିରେ ଚାପି ହୋଇରହିଯାଇଥିବା ବେଳେ ୫ଜଣ ଗୁରୁତର ହୋଇଥିଲେ।

ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଗାଡ଼ି ମଝିରେ ରହିଥିବା ଯୁବକଙ୍କୁ କଟକ ସହାଯ୍ୟରେ କଟା ଯାଇ ବାହାର କରାଯାଇଥିଲା। ଉକ୍ତ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/dz98mwA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages