ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ, ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 20, 2023

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ, ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ

ନୂଆବର୍ଷରେ ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟାରେ ହେବ ପ୍ରଭୁଙ୍କର ପ୍ରାଣପ୍ରତିଷ୍ଠା। ଜାନୁଆରୀ 22ରେ ମନ୍ଦିର ପ୍ରତିଷ୍ଠା ସହ ଘଟ ସ୍ଥାପନ ପାଇଁ ବିଶାଳ ସମାରୋହର ଆୟୋଜନ କରାଯାଇଛି। ଏହି ଐତିହାସିକ ମୁହୂର୍ତ୍ତର ମୁକ ସାଖି ହେବାକୁ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରର ବିଜେପି ସରକାର। ରିପୋର୍ଟ ଅନୁସାରେ ସମାରୋହକୁ କଂଗ୍ରେସର ଏକାଧିକ ବରିଷ୍ଠ ନେତା ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। 

ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କାର୍ଯ୍ୟରତ ସଭାପତି ଆଲୋକ କୁମାରଙ୍କ କହିବା ଅନୁସାରେ, ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଉଦଘାଟନୀ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧି, ମନମୋହନ ସିଂହ, ମଲ୍ଲିକାର୍ଜୁନ ଖଡଗେ, ଅଧୀର ରଞ୍ଜନ ଚୌଧୁରୀ ଏବଂ ଜେଡି (ଏସ) ସୁପ୍ରିମୋ ଦେବେଗୌଡାଙ୍କୁ ନିମନ୍ତ୍ରଣ କରାଯାଇଛି। 

କିନ୍ତୁ କଂଗ୍ରେସ ନେତାମାନେ କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ନାହିଁ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଆଗାମୀ ଦିନରେ ମଧ୍ୟ ଅନ୍ୟ ବିରୋଧୀ ଦଳର ନେତାଙ୍କ ନିକଟକୁ ନିମନ୍ତ୍ରଣ ପଠାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସେପଟେ ଏହି ବିଶାଳ ସମାରୋହ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁଆରୀ 15 ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ। ଏହାପରେ 17 ତାରିଖ ପରଠାରୁ ବିଭିନ୍ନ ପୂଜାପାଠ ସହ ହୋମଯଜ୍ଞ କରାଯିବ। ଉଦଘାଟନୀ ସମାରୋହ ସପ୍ତାହବ୍ୟାପୀ ଆୟୋଜିତ ହେବ। ଏହି ସମୟରେ ପ୍ରଭୁ ରାମଙ୍କର ଜନ୍ମରୁ ନିର୍ବାସନ ପର୍ଯ୍ୟନ୍ତ ଜୀବନ, ଲଙ୍କା ଉପରେ ବିଜୟ ଏବଂ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତିନ କରୁଥିବାର ଚିତ୍ର ପ୍ରଦର୍ଶିତ ହେବ। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VmZMwuO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages