ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ତମ ପ୍ରତିଷ୍ଠା ଦିବସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 28, 2023

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଜି ପ୍ରତିଷ୍ଠା ଦିବସ। ୬୪ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ଅବସରରେ ନନ୍ଦନକାନନର ବାର୍ଷିକ ରିପୋର୍ଟ ପ୍ରକାଶ କରିବା ସହ ନନ୍ଦନକାନନର ଥିମ୍ ସଙ୍ଗ ରିଲିଜ ହେବ।

ସେହିପରି ୱାଲାବି ଏନକ୍ଲୋଜରର ଉଦଘାଟନ, କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍କୁ ସ୍ୱତନ୍ତ୍ର ଖୁଆଡରେ ଛଡାଯିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ନନ୍ଦନକାନନ୍ ଇଣ୍ଟିଗ୍ରେଟେଡ୍ ମନିଟରିଂ ସିଷ୍ଟମ୍ ଆପ୍, ଷ୍ଟେଟ୍ ବଟାନିକାଲ୍ ଗାର୍ଡେନର ୱେବସାଇଟ୍ ଉନ୍ମୋଚନ ଏବଂ ରାଜ୍ୟ ବଟାନିକାଲ୍ ଗାର୍ଡେନରେ ବାମ୍ବୁସେଟମ୍ ର ଉଦଘାଟନ କରିବେ ମନ୍ତ୍ରୀ।

ସେହିପରି ବଟାନିକାଲ୍ ଗାର୍ଡେନରେ ହାଇଡ୍ରୋଫାଇଟ୍ ଗାର୍ଡେନର ଉଦଘାଟନ ସହ ବାଘ ମାନଙ୍କ ନାମ ଘୋଷଣା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/OJHaXnu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages