ଜମ୍ମୁ କଶ୍ମୀରରେ ବିସ୍ଫୋରଣ; ଜଣେ ସାଧାରଣ ନାଗରିକ ମୃତ, ୨ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 22, 2023

ଜମ୍ମୁ କଶ୍ମୀରରେ ବିସ୍ଫୋରଣ; ଜଣେ ସାଧାରଣ ନାଗରିକ ମୃତ, ୨ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

ଜମ୍ମୁ କଶ୍ମୀରରେ ପୁଣି ଆତଙ୍କୀ ହମଲା। ମୋର୍ଟାର ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା। ଏଥିସହ ଅନ୍ୟ ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖିଛି ସ୍ଥାନୀୟ ପ୍ରଶାସନ।

ରଜୌରୀ ଏବଂ ପୁଞ୍ଚରେ ସମ୍ପୂର୍ଣ୍ଣ ରୂପେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ଏଥିସହ ଦୁଇ ଜିଲ୍ଲାର ପାହାଡିଆ ଅଞ୍ଚଳରେ କମ୍ୱିଂ ଅପରେସନକୁ କଡାକଡି କରାଯାଇଛି।

ଗୁରୁବାର ଜମ୍ମୁ କଶ୍ମୀରର ପୁଞ୍ଚରେ ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ଭାରତୀୟ ସେନାର ଦୁଇଟି ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏଥିରେ ୫ ଜଣ ଯବାନ ସହିଦ ହୋଇଥିଲେ। ଏଥିସହ ଦୁଣ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ।

ଏହାପରେ ପୁଣି ଶୁକ୍ରବାର ସାମ୍ବା ଜିଲ୍ଲାର ଚାନ୍ଦିଲି ଗାଁରେ ବିସ୍ଫୋରଣ ଘଟାଇଛନ୍ତି ଆତଙ୍କବାଦୀ। ଏଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ପୁଞ୍ଚ ଆକ୍ରମଣରେ ଲଶ୍କର-ଏ-ତୋଏବାର ଅନୁବନ୍ଧିତ ସଂଗଠନ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (PAFF) ନିଜକୁ ଦାୟୀ କରିଥିଲା। ଏହି ଆକ୍ରମଣରେ ଆମେରିକାର ଅତ୍ୟାଧୁନୁକି ବନ୍ଧୁକ ବ୍ୟବହାର ହୋଇଥିଲା।

ଏକ ବଡ ଧରଣର ଆତଙ୍କୀ ହମଲା ଆଶଙ୍କା କରାଯାଉଛି। କାରଣ ପୁଞ୍ଚ ଆକ୍ରମଣ ପଛରେ ପାକିସ୍ତାନ ଓ ଚୀନର ହାତ ଥିବା କୁହାଯାଉଛି। ଏସବୁକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଜିଲ୍ଲା ପୁଞ୍ଚ ଓ ରଜୌରୀରେ ଇଣ୍ଟେରନେଟ ସେବା ବନ୍ଦ ରଖାଯାଇଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/3lsi6jo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages