ଆବଶ୍ୟକ ସାମଗ୍ରୀ: ମଇଦା, ସୁଜି, ଛେନା, ଚିନି, କ୍ଷୀର, ପାଣି, ଗୁଜୁରାତି, କାଜୁ, ପିସ୍ତା ବାଦାମ, ମିଲ୍ମମେଡ, ତେଲ, ତେଜପତ୍ର ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦା,ସୁଜି ଓ ଛେନାକୁ ଏକାଠି ମିଶାଇ ଭଲଭାବେ ଚକଟନ୍ତୁ। ଏହାପରେ ଏହାକୁ ହାତରେ ଗୋଲ ଗୋଲ କରନ୍ତୁ। ଏବେ ଗ୍ୟାସରେ କଡେଇ ବସେଇ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବାପରେ ସେଥିରେ, ଗୋଲ ଗୋଲ କରି ରଖିଥିବା ଚପକୁ ପକାଇ ଫ୍ରାଏ କରନ୍ତୁ। ଉଭୟ ପାଖ ଭଲଭାବେ ଫ୍ରାଏ ହେବା ପରେ ଏକ ପ୍ଲେଟକୁ କାଢି ଦିଅନ୍ତୁ। କିନ୍ତୁ ମନେ ରଖିବେ, ଏହାକୁ ମଧ୍ୟମ ଆଂଚରେ ଫ୍ରାଏ କରିବେ।
ପୁଣି ଥରେ କଡେଇକୁ ଗରମ କରନ୍ତୁ। ଏହା ଗରମ ହେବା ପରେ ସେଥିରେ, ଅଳ୍ପ ପାଣି ଓ କ୍ଷୀର ଢାଳି ଫୁଟାନ୍ତୁ। ଏହା ଫୁଟିବା ପରେ, ସେଥିରେ ଚିନି, ମିଲ୍କମେଡ ପକାଇ ଏହା ବହଳିଆ ହେବା ଯାଏଁ ଫୁଟାନ୍ତୁ। ଏହି ମିଶ୍ରଣ ବହଳିଆ ହୋଇ ଆସିଲେ, ସେଥିରେ ଗୁଜୁରାତି ପାଉଡର, ତେଜପତ୍ର, କଟା, କାଜୁ, କଟା ପିସ୍ତାବାଦାମ ପକାଇ ଗୋଳାନ୍ତୁ।
ଏହାପରେ ସେଥିରେ ଫ୍ରାଏ କରି ରଖିଥିବା ଚପ୍ ପକାଇ ଗ୍ୟାସ୍ ବନ୍ଦ କରନ୍ତୁ। କିଛି ସମୟ ପରେ ଏକ ପ୍ଲେଟକୁ କାଢି ସମସ୍ତଙ୍କୁ ପରଷନ୍ତୁ। ପ୍ରସ୍ତୁତ ହୋଇଗଲା ମିଠା ଚପ୍। ନୂଆବର୍ଷରେ ଘରେ ତିଆରି କରି ପରିବାର ଲୋକଙ୍କୁ ଖୁଆନ୍ତୁ, ନିଜେ ମଧ୍ୟ ଖାଆନ୍ତୁ ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/sXU0GYI
No comments:
Post a Comment