ସାକ୍ଷୀଗୋପୀନାଥଙ୍କ ପାର୍ଶ୍ଵରେ ଥିବା ମଦନମୋହନ ମନ୍ଦିରରୁ ଚୋରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 16, 2023

ସାକ୍ଷୀଗୋପୀନାଥଙ୍କ ପାର୍ଶ୍ଵରେ ଥିବା ମଦନମୋହନ ମନ୍ଦିରରୁ ଚୋରି

ପୁରୀ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥଙ୍କ ଦକ୍ଷିଣ ପାର୍ଶ୍ଵରେ ଥିବା ମଦନମୋହନ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି।

ମନ୍ଦିରର ତାଲା ଭାଙ୍ଗି ୨ଟି ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଛନ୍ତି ଜଣେ ବା ତା’ଠାରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ। ଗୋଟିଏ ହୁଣ୍ଡିରୁ ଟଙ୍କା ଚୋରି ହୋଇଥିବା ବେଳେ ଆଉ ଗୋଟିଏ ହୁଣ୍ଡି ଜରୁରୀ କାଗଜପତ୍ର, ସାକ୍ଷୀଗୋପୀନାଥଙ୍କ ଅଳଙ୍କାର ଓ ମା’ ରାଧାରାଣୀଙ୍କ ପାଉଁଜି ଚୋରି ହୋଇଛି।

ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ଚୋର ପ୍ରବେଶ କରିଥିବା ବେଳେ ରୋଷଶାଳା ପାଚେରୀ ଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଚୋର ଚପଲ ପିନ୍ଧି ମନ୍ଦିରରେ ପ୍ରବେଶ କରିଥିଲେ ବୋଲି ଜଣାପଡ଼ିଛି।

ମନ୍ଦିରରୁ ଚୋରି ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପୁରୀ ଏଏସ୍‌ପି ବିଷ୍ଣୁ ପ୍ରସାଦ ପତି ଓ ଏସ୍‌ଡିପିଓ ବିରଞ୍ଚି ନାରାୟଣ ପତିଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ଘଟଣାସ୍ଥଳକୁ ଯାଞ୍ଚ କରାଯାଇଛି। ଚୋରଙ୍କୁ ଧରିବାକୁ ପୁଲିସ୍ ପ୍ରୟାସ ଆରମ୍ଭ କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4ZPVymG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages