ସାଙ୍ଗଙ୍କ ସହ ଜଳପ୍ରପାତ ବୁଲି ଯାଇଥିଲେ ଯୁବକ, ଖସିଗଲା ଗୋଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 29, 2023

ସାଙ୍ଗଙ୍କ ସହ ଜଳପ୍ରପାତ ବୁଲି ଯାଇଥିଲେ ଯୁବକ, ଖସିଗଲା ଗୋଡ଼

ନୂଆ ବର୍ଷ ପୂର୍ବରୁ ସାଙ୍ଗମାନଙ୍କ ସହ ହସଖୁସିରେ ବୁଲିବାକୁ କଟକରୁ କୋରାପୁଟ ଯାଇଥିଲେ। ମାତ୍ର ଖୁସି ସହିଲାନି ଦଇବ । ଆଉ ପଥର ଚଟାଣର ଶିଉଳି ରେ ଗୋଡ ଖସିଯାଇଥିଲା ୨ଶହ ମିଟର ତଳକୁ ଖସି ପ୍ରାଣ ହରାଇଲେ ଯୁବକ । ଏପରି ଏକ ଦୁଃଖଦ ଘଟଣା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଲିଗାବଡ଼ରସ୍ଥିତ ରାଥିବାଲି ଜଳପ୍ରପାତରେ ଘଟିଛି। ମୃତ ଯୁବକଜଣକ ହେଲେ କଟକ ଜିଲ୍ଲାର ଜଗତପୁର ଅଞ୍ଚଳ ର ଏସ କେ ଆଜାଦ ମହମ୍ମଦ (୨୬) ।

ଏସ କେ ଆଜାଦ ମହମ୍ମଦ ନିଜର ୪ଜଣ ସାଥୀଙ୍କ ସହ କୋରାପୁଟର ବିଭିନ୍ନ ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନ ସ୍ଥଳୀକୁ ବୁଲାବୁଲି କରିବାକୁ ଯାଇଥିଲେ। ଗତକାଲି ସେମାନେ ପଟ୍ଟାଙ୍ଗି ସ୍ଥିତ ଗାଲିଗାବଡ଼ର (ରାଥିବାଲି) ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ । । ସେଠାରେ ଜଳପ୍ରପାତର ମନୋରମା ଦୃଶ୍ୟ ଉପଭୋଗ କରିବା ସମୟରେ ପଥର ଚଟାଣର ଶିଉଳିରେ ମହମ୍ମଦଙ୍କ ଗୋଡ ଖସିଯାଇଥିଲା ।

ଫଳରେ ସେ ଚଟାଣରୁ ପ୍ରାୟ ୨ଶହ ମିଟର ତଳକୁ ଖସି ଏକ ପଥରରେ ମାଡ଼ ହୋଇଥିଲେ। ଏହା ଦେଖି ତାଙ୍କ ସାଙ୍ଗମାନେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ତାଙ୍କୁ ପାଇପାରିନଥିଲେ । ଏହାକୁ ଦେଖି ଉପସ୍ଥିତ ନିଜ ସାଥି ଓ ଅନ୍ୟ ପର୍ଯ୍ୟଟକମାନେ ଖୋଜାଖୋଜି କରିଥିଲେ ,କିନ୍ତୁ ତାଙ୍କୁ ପାଇପାରିନଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ କୋଟିଆ ପୁଲିସ ଘଟଣାସ୍ଥଳକୁ ଯାଇ ଖୋଜାଖୋଜି କରି ୨ଘଣ୍ଟା ର କସରତ ପରେ ମହମ୍ମଦଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ପରିବାର ବର୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରି ମୃତଦେହକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VgZuINF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages