କେନାଲରେ ପଶିଗଲା ବୋଲେରୋ, ଭିତରେ ଥିଲେ ଡ୍ରାଇଭର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 29, 2023

କେନାଲରେ ପଶିଗଲା ବୋଲେରୋ, ଭିତରେ ଥିଲେ ଡ୍ରାଇଭର

କେନାଲରେ ଭାରସାମ୍ୟ ହରାଇ ଖସି ପଡ଼ିଲା ବୋଲେରୋ। ସ୍ଥାନୀୟ ଲୋକଙ୍କ ସମେତ ପୁଲିସ୍‌ ଓ ଅଗ୍ନିଶମ ବାହିନୀଙ୍କ ବହୁ ପରିଶ୍ରମ ପରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର ସେତେବେଳକୁ ତାଙ୍କ ମୃତ୍ୟୁ ହୋଇ ସାରିଛି।

ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡରେ ଘଟିଛି। ମୃତ ଡ୍ରାଇଭରଜଣକ ଦେବେନ୍ଦ୍ର ପ୍ରଧାନ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ଘର କେଉଁଠି ତାହା ସ୍ପଷ୍ଟ ହୋଇ ପାରିନି।

ଗତ ରାତି ପ୍ରାୟ ୧୧ଟା ପରେ ଦେବେନ୍ଦ୍ର ଏକ ବୋଲେରୋ ଚଲାଇ ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡରେ ଯାଉଥିଲେ। ମାତ୍ର ଗୁରୁଜାଙ୍ଗ-ଜନ୍ଦାବାହାଳ ଗ୍ରାମ ପାଖରେ ଭାରସାମ୍ୟ ହରାଇ ଗାଡ଼ିଟି କେନାଲ ଭିତରକୁ ପଶି ଯାଇଥିଲା।

ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ମେଡିକାଲ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ତାଙ୍କ ପରିବାର ସହ ଯୋଗାଯୋଗ ସମ୍ଭବ ହୋଇ ପାରିନି।

ପୁଲିସ୍‌ ଗାଡ଼ିଟିକୁ ପାଣିରୁ ଉଦ୍ଧାର କରି ଜବତ କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/jPt7EU8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages