ଦାଦାବାଟି ପାଇଁ ବୁଲିଲା ମାରଣାସ୍ତ୍ର । ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ । ନୂଆ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ସହରର ବିଚ୍ ବଜାରରେ ଏପରି ଆତଙ୍କରାଜ ଖେଳାଇଛନ୍ତି କିଛି ଅସାମାଜିକ ଯୁବକ । ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଗତ କାଲି ରାତି ନଅଟା ସମୟରେ କେନ୍ଦ୍ରାପଡ଼ା ବଡ଼ ବଜାରରେ ଥିବା ଏକ କପଡ଼ା ସୋ ରୁମର ମାଲିକ ମିର ଖାଦୀମ ବକ୍ସ କ୍ୟାସ କାଉଣ୍ଟରରେ ବସିଥିଲେ। ଉକ୍ତ ସମୟରେ ହଠାତ୍ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମୁଖା ପିନ୍ଧା ଦୁର୍ବୃତ୍ତ ହାତରେ ବାଡ଼ି, ଓ ବିଭିନ୍ନ ମାରଣାସ୍ତ୍ର ଧରି ଶୋ’ ରୁମ୍ ଭିତରେ ପଶିଥିଲେ। ଏହାପରେ ସେମାନେ ବ୍ୟବସାୟୀଙ୍କୁ ମିଳିତ ଭାବେ ଆକ୍ରମଣ କରି ସେଠାରୁ ଫେରାର ହୋଇ ଯାଇଥିଲେ।
ଦୁର୍ବୃତ୍ତମାନେ ମାରଣାସ୍ତ୍ର ଧରି ବିଚ୍ ବଜାରରେ ବୁଲୁଥିବା ଦେଖି କିଛି ସମୟ ପାଇଁ ରାସ୍ତାରେ ଆତଙ୍କ ଖେଳି ଯାଇଥିଲା। ଏହା ଦେଖି ଆଖିପାଖରେ ଥିବା ଲୋକମାନେ ଛତ୍ର ଭଙ୍ଗ ଦେବା ସହ ଅନ୍ୟ ବ୍ୟବସାୟୀ ନିଜ ଦୋକାନ ଶଟର ପକାଇ ଦେଇଥିଲେ।
ଫାଣ୍ଡିଠୁ ଅଳ୍ପ ଦୂରରେ ଖୁଲମଖୁଲା ମାରଣାସ୍ତ୍ର ବୁଲୁଥିବା ବେଳେ ପୁଲିସ୍ ଏ ସମ୍ପର୍କରେ କିଛି ଟେର ପାଇ ପାରି ନ ଥିଲା। ଖବର ପାଇ ପାଟ୍ରୋଲିଂ ଟିମ୍ ପହଞ୍ଚି ଜଣେ ଦୁର୍ବୃତ୍ତଙ୍କୁ କାବୁ କରି ପଚରାଉଚରା କରୁଛି।
ପୂର୍ବରୁ ବ୍ୟବସାୟୀ ଜଣଙ୍କୁ କିଛି ଦୁର୍ବୁତ୍ତ ୧୦ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ଦାଦାବଟି ନ ଦେବାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ତେବେ କେନ୍ଦ୍ରାପଡ଼ା ସହରର ଯୁବ ଗୋଷ୍ଠୀ ନିଶାସକ୍ତ ହୋଇ ଧୀରେ ଧୀରେ ଅପରାଧ ଜଗତରେ ପାଦ ଦେଉଥିବାରୁ ଏହା ପୁଲିସ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/BUgW1I7
No comments:
Post a Comment