ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ବ୍ଲକିଂ ଓ ଚେକିଂକୁ କଡ଼ାକଡ଼ି କରାଯାଇଛି। ବଡ଼ଗଡ଼, ଲକ୍ଷ୍ମୀ ସାଗର, ଚନ୍ଦ୍ରଶେଖରପୁର, ଇନଫୋସିଟି, ଖଣ୍ଡଗିରି, ନୟାପଲ୍ଲୀ ପୁଲିସ ସହରର ପ୍ରମୁଖ ଛକରେ ସାରା ରାତି ବ୍ଲକିଂ ଓ ଚେକିଂ କରିଛି କମିଶନରେଟ ପୁଲିସ୍।
ଯାନବାହନ ଯାଞ୍ଚ କରିବା ସହ ଚାଳକ ନିଶାସକ୍ତ ଅବସ୍ଥାରେ ଅଛନ୍ତି କି ନାହିଁ ବ୍ରେଥ୍ ଆନାଲାଇଜର୍ ସାହାଯ୍ୟରେ ତାହାର ବି ଯାଞ୍ଚ ହୋଇଛି। ଜିରୋ ନାଇଟରେ ମଧ୍ୟ ଫୁଲ୍ ଟାଇଟ୍ ଚେକିଂ କରାଯିବ ବୋଲି ସୂଚନା ଦିଆଯାଇଛି । ତେଣୁ ମଦ ପିଇ ଗାଡ଼ି ନ ଚଲାଇବାକୁ ଚେତାବନୀ ଦେଇଛି ପୁଲିସ। ସନ୍ଧ୍ୟା ୭ଟାରୁ ରାତି ୨ଟା ଯାଏଁ ଭୁବନେଶ୍ୱରର ଛକ ଛକରେ ଚେକିଂ କଡ଼ାକଡ଼ି କରିବ କମିଶନରେଟ୍ ପୁଲିସ।
ଭୁବନେଶ୍ୱରର ୨୯ଟି ସମ୍ବେଦନଶୀଳ ଛକରେ ପୁଲିସ ବ୍ଲକିଂ କରିବା ସହ, ଅସାମାଜିକ କାର୍ଯ୍ୟକଳାପ ଓ ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ଼ କରାଯିବ ବୋଲି ଆଗରୁ ସୂଚନା ଦେଇଥିଲା। ମାଷ୍ଟର କ୍ୟାଣ୍ଟିନ, କଳ୍ପନା, ଖଣ୍ଡଗିରି ରସୁଲଗଡ଼ ଆଦି ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ଗାଡ଼ି ଗୁଡିକୁ ସ୍କାନିଂ କରାଯିବ।
ଏହି ସମୟରେ ସୁରକ୍ଷା ଦାୟିତ୍ୱରେ ୪ ଅତିରିକ୍ତ ଡିସିପିଙ୍କ ସହ ୭ ଏସିପି, ୨୪ ଇନସପେକ୍ଟର, ୮୭ ସବଇନ୍ସପେକ୍ଟରଙ୍କ ସହ ୧୪ ପ୍ଲାଟୁନ ଫୋର୍ସ ମୁତୟନ ହେବ। ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଘାଇଁ ଘାଇଁ ପଇଁତରା ମାରିବ ପିସିଆର ଭ୍ୟାନ ଓ ସ୍ପେଶାଲ ସ୍କ୍ୱାର୍ଡ ।...
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/5Rwni4X
No comments:
Post a Comment