ସର୍ବସାଧାରଣ ସ୍ଥାନରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଦକ୍ଷିଣ କୋରିଆର ବିରୋଧୀ ଦଳର ନେତା । ଦକ୍ଷିଣ କୋରିଆର ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ଲି-ଜାଏ-ମ୍ୟୁଙ୍ଗଙ୍କ ବେକରେ ଛୁରାମାଡ଼ କରିଛନ୍ତି ଜଣଷ ଦୁର୍ବୃତ୍ତ। ଏପରି ଘଟଣା ଆଜି ସକାଳେ ବୁସାନ ଏୟାରପୋର୍ଟ ନିକଟରେ ଘଟିଛି।
ଡେମୋକ୍ରାଟିକ ପାର୍ଟି ମୁଖ୍ୟ ଲି-ଜାଏ-ମ୍ୟୁଙ୍ଗ ଆଜି ସକାଳେ ବୁସାନରେ ନିର୍ମାଣଧୀନ ଥିବା ଏୟାରପୋର୍ଟ ଦେଖିବାକୁ ଯାଉଥିବା ବେଳେ ଏହି ଆକ୍ରମଣ ଘଟିଛି। ଲି-ଜାଏ-ମ୍ୟୁଙ୍ଗ ଯାଉଥିବା ବେଳେ ହଠାତ୍ ଜଣେ ଦୁର୍ବୃତ୍ତ ଆସି ତାଙ୍କ ବାମ ପାର୍ଶ୍ୱ ବେକକୁ ଛୁରା ମାଡ଼ କରିଥିଲେ। ଏଥିଯୋଗୁ ଲି-ଜାଏ-ମ୍ୟୁଙ୍ଗ ଚିତ୍କାର କରି ତଳେ ପଡ଼ି ଯାଇଥିବା ବେଳେ ତାଙ୍କ ବେକରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା।
ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ମ୍ୟୁଙ୍ଗଙ୍କୁ ମେଡିକାଲ ପଠାଇଥିବା ବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତଙ୍କୁ କାବୁ କରିଛନ୍ତି। ପୁଲିସ୍ ତାଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି। ତେବେ ଆକ୍ରମଣର କାରଣ ସ୍ପଷ୍ଟ ହୋଇ ପାରିନି। ଏହି ଆକ୍ରମଣରେ ମ୍ୟୁଙ୍ଗଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/JW2V6uK
No comments:
Post a Comment