ଘର ପାଖରେ ଖେଳୁଥିବା ବେଳେ ୩ ବର୍ଷର ଶିଶୁପୁତ୍ର ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 1, 2024

ଘର ପାଖରେ ଖେଳୁଥିବା ବେଳେ ୩ ବର୍ଷର ଶିଶୁପୁତ୍ର ନିଖୋଜ

ବାଲେଶ୍ୱର ଜିଲ୍ଲା ସୋର ଥାନା ରାଇପୁର ଗାଁରେ ଏକ ୩ ବର୍ଷର ଶିଶୁପୁତ୍ର ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଗତକାଲି ନୂଆବର୍ଷର ପ୍ରଥମ ଦିନରେ ଘଟିଛି ଏହି ଘଟଣା।

ନିଖୋଜ ଶିଶୁ ଜଣଙ୍କ ହେଉଛନ୍ତି ରାଇପୁର ଗାଁର ମୋହନ ସାହୁଙ୍କ ପୁଅ ଶୁଭମ୍। ପରିବାର ଲୋକ ଓ ଗ୍ରାମବାସୀ ଗାଁର ବିଭିନ୍ନ ପୋଖରୀ, ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଏପରିକି ପୁଲିସ ଓ ଅଗ୍ନିଶମ ବାହିନୀ ଗାଁରେ ଥିବା ପୋଖରୀରେ ସର୍ଚ୍ଚ ଅପରେସନ କରିଥିଲେ। ତଥାପି ଶୁଭମଙ୍କ ପତ୍ତା ମିଳି ପାରି ନଥିଲା।

ଶୁଭମଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। ପୁଲିସ୍ ସନ୍ଧାନୀ କୁକୁରର ସାହାଯ୍ୟ ନେଇଥିଲା। ସନ୍ଧାନୀ କୁକୁର ଘର ଠାରୁ ସିଧା ରେଳଷ୍ଟେସନ ଯାଏଁ ଯାଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/AzTrmRL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages