ନୂଆବର୍ଷରେ ଭୟଙ୍କର ଭୂମିକମ୍ପ ଝଟ୍କାରେ ଦୋହଲିଲା ଜାପାନ। ଗତକାଲିଠୁ ଆଜି ମଧ୍ୟରେ ଜାପାନରେ ପ୍ରାୟ ୧୫୫ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇ ସାରିଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଶକ୍ତିଶାଳୀ ଭୂଂକପ ଝଟକା ପରେ ଜାପାନ ସରକାର ସୁନାମୀ ୱାର୍ଣ୍ଣିଂ ଜାରି କରିଛନ୍ତି।
ଗତକାଲି ୭.୫ ତିବ୍ରତାର ଭୂମିକମ୍ପରେ ଜାପାନା ଥରିବା ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ଇତି ମଧ୍ୟରେ ୧୫୫ରୁ ଊର୍ଦ୍ଧ୍ୱ ଝଟକାରେ ଏହି ଦେଶ ଦୋହଲିଥିବା ବେଳେ ଅଧିକାଂଶର ତୀବ୍ରତା ରିକ୍ଟର ସ୍କେଲରେ ୬ ଉପରେ ଥିବା ଜାପାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଏହା ମଧ୍ୟରେ ଜାପାନର ଉପକୂଳ ଅଞ୍ଚଳରେ ୫ ଫୁଟ ଉଚ୍ଚତାର ସୁନାମି ଲହଡି ମାଡ଼ ହୋଇଛି। ଫଳରେ ଲକ୍ଷାଧୀକ ଲୋକେ ଭୟଭୀତ ହୋଇ ଘର ଛାଡି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତା ଫାଟିଥିବା ଦେଖାଯାଇଛି। ଏପରିକି କିଛି ସ୍ଥାନରେ କୋଠାବାଡି ଭାଙ୍ଗିବାର ଦୃଶ୍ୟ ବି ସାମ୍ନାକୁ ଆସିଛି।
ଉଦ୍ଧାର କାର୍ଯ୍ୟ ନିମନ୍ତେ ଜାପାନ ସରକାର ବହୁ ସଂଖ୍ୟାରେ ଯବାନଙ୍କୁ ମୁତୟନ କରିଛନ୍ତି। ମାତ୍ର ବିଭିନ୍ନ ସ୍ଥାନରେ ରାସ୍ତା ଭାଙ୍ଗି ଯାତାୟତ ବାଧାପ୍ରାପ୍ତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟକ ବାଧାପ୍ରାପ୍ତ ହେଉଛି। କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ଓ ମେଡିସିନ ପଠାଯାଉଛି। ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଜାପାନର ବହୁ ସ୍ଥାନକୁ ରେଳ ଯୋଗାଯୋଗ ବ୍ୟାହତ ହୋଇଥିବା ବେଳେ ବିମାନ ଚଳାଚଳକୁ ବି ବନ୍ଦ ରଖାଯାଇଛି।
ଶକ୍ତିଶାଳୀ ଭୂମିକମ୍ପ ପରେ ଜାପାନ ସରକାର ତୁରନ୍ତ ପ୍ରାୟ ଲକ୍ଷାଧୀକ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଥିବା ଜଣାଯାଇଛି । ଜାପାନ ସରକାରଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ସୁଦ୍ଧା ୯୭ ହଜାର ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଅଯାଇଛି। ସେମାନେ ବିଭିନ୍ନ ସ୍ଥାନରେ ଥିବା ସ୍ପୋର୍ଟ୍ସ ହଲ୍ ଓ ସ୍କୁଲ ଜିମିନାସିୟମରେ ରାତ୍ରି ଯାପନ କରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/DRMicQw
No comments:
Post a Comment