ହାଇଟେକ୍ ଟ୍ରାଜେଡି: ମୃତ ଦିଲୀପଙ୍କ ଶବ ନେଲେ ପରିବାର ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 9, 2024

ହାଇଟେକ୍ ଟ୍ରାଜେଡି: ମୃତ ଦିଲୀପଙ୍କ ଶବ ନେଲେ ପରିବାର ଲୋକେ

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ୍ ଟ୍ରାଜେଡିର DNA ରିପୋର୍ଟ ଆସିବା ପରେ ମୃତଦେହକୁ ଧରି ଗାଁକୁ ଫେରିଗଲେ ମୃତକ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକେ।  ଗାଁକୁ ନେବା ପରେ ଦିଲ୍ଲୀପଙ୍କର ଅନ୍ତିମ ସଂସ୍କାର କରାଯାଇଛି। DNA ରିପୋର୍ଟ ଆସିବା ପରେ ପରିଚୟ ସ୍ପଷ୍ଟ ହେବା ପରେ ପରିବାର ଲୋକଙ୍କୁ ମୃତଦେହ ହସାନ୍ତର କରାଯାଇଛି।

ଅନ୍ୟପକ୍ଷରେ ହାଇଟେକ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ। ମୃତକୁ ଜୀବିତ ଏବଂ ଜୀବିତକୁ ମୃତ ଦର୍ଶାଇ ଶବ ଅଦଳ ବଦଳ କରିବାରେ କାହାର ହାତ ରହିଛି ? ଏତେ ବଡ ଭୁଲ ପାଇଁ ଦାୟୀ କିଏ ? ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅହଲ୍ୟା। ଏଥିସହିତ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି ଦିଲ୍ଲୀପଙ୍କ ମା’।

ହେଲେ ଆଶ୍ଚର୍ଯ୍ୟର ବିଷୟରେ ଯେ ଗତ ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍‌ପିଟାଲ୍‌ରେ ବିସ୍ଫୋରଣ ପରେ ଗତ ୩୧ ତାରିଖରେ ଏକ ମୃତଦେହକୁ ଦିଲ୍ଲୀପଙ୍କର ପରିବାର ଲୋକଙ୍କୁ ଦିଆଯାଇଥିଲା। ଉକ୍ତ ମୃତଦେହ ଦିଲ୍ଲୀପଙ୍କର ବୋଲି କୁହାଯାଇଥିଲା। କିନ୍ତୁ ତାହା ଦିଲ୍ଲୀପଙ୍କର ନଥିଲା। ତାଙ୍କର ସେତେବେଳକୁ ମୃତ୍ୟୁ ହୋଇନଥିଲା। ସେ ହସ୍‌ପିଟାଲ୍‌ରେ ଭେଣ୍ଟିଲେଟରରେ ଥିଲେ। ଅନ୍ୟପକ୍ଷରେ ଦିଲ୍ଲୀପଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ତା’ପରଦିନ ଅର୍ଥାତ୍ ଗତ ଜାନୁଆରୀ ୧ ତାରିଖରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ।

ପୁଅବୋହୂଙ୍କୁ ହରାଇ ଦୁଃଖରେ ବୁଡ଼ି ରହିଥିବା ପରିବାର ଲୋକେ ଶୁଦ୍ଧିକ୍ରିୟା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗତ ୪ ତାରିଖରେ ପାଇଥିଲେ ଆଶ୍ଚର୍ଯ୍ୟ କରି ଦେଲା ଭଳି ଖବରଟି। ଦିଲ୍ଲୀପ ସାମନ୍ତରାୟ ବଞ୍ଚିଛନ୍ତି ବୋଲି କହିଥିଲେ ହସ୍‌ପିଟାଲ୍ କର୍ତ୍ତୃପକ୍ଷ। ଯାହାଙ୍କୁ ସେମାନେ ଜ୍ୟୋତିରଞ୍ଜନ ମଲ୍ଲିକ ଭାବି ଚିକିତ୍ସା କରୁଥିଲେ ସେ ଦିଲ୍ଲୀପ ସାମନ୍ତରାୟ ବୋଲି ନିଜକୁ ପରିଚୟ ଦେଇଥିଲେ। ଭେଣ୍ଟିଲେଟରରୁ ବାହାରିବା ପରେ ତାଙ୍କ ନାଁ ଦିଲ୍ଲୀପ ବୋଲି କହିଥିଲେ। ଏହା ଜାଣି ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ଅକଲ ଗୁଡୁମ ହୋଇଯାଇଥିଲା। ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ତାଙ୍କର ଆବଶ୍ୟକ ଯାଞ୍ଚ କରାଯାଇଥିଲା। ତା’ ସହିତ ପରିବାର ଲୋକଙ୍କ ଦ୍ୱାରା ଏହାର ସତ୍ୟତା ଜାଣିବାକୁ ପ୍ରୟାସ କରାଯାଇଥିଲା। ଏହା ପରେ ଜଣାପଡ଼ିଥିଲା ସେ ଜ୍ୟୋତିରଞ୍ଜନ ମଲ୍ଲିକ ନୁହନ୍ତି, ସେ ଦିଲ୍ଲୀପ ସାମନ୍ତରାୟ।

ଦିଲ୍ଲୀପ ବଞ୍ଚିଛନ୍ତି ଜାଣି ତାଙ୍କ ପରିବାର ଲୋକଙ୍କ ମୁହଁରେ ଟିକେ ହସ ଫୁଟିଥିଲା। କିନ୍ତୁ ଅକାରଣରେ ବୋହୂର ଜୀବନ ଚାଲି ଯାଇଥିବାରୁ ସେମାନେ ଦୁଃଖରେ ଥିଲେ। ଏଥିପାଇଁ ହସ୍‌ପିଟାଲ କର୍ତ୍ତୃପକ୍ଷ ଦାୟୀ ବୋଲି ସେମାନେ କହିଥିଲେ। ତେବେ ପୁଅ ବଞ୍ଚିଥିବାର ଖୁସି ବି ଗୋଟିଏ ଦିନରୁ ଅଧିକ ରହିଲା ନାହିଁ। କାରଣ ୫ ତାରିଖ ରାତିରେ ନିଜକୁ ଦିଲ୍ଲୀପ ବୋଲି କହୁଥିବା ଯୁବକଙ୍କର ବି ମୃତ୍ୟୁ ଘଟିଥିଲା। ଫଳରେ ଘଟଣା ଅଧିକ ଜଟିଳ ହୋଇଯାଇଥିଲା। ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ ପରିବାର ଲୋକେ। ଅନ୍ୟପଟେ ସେହି ମୃତ ଯୁବକ ଯଦି ଦିଲ୍ଲୀପ, ତା’ହେଲେ ଆହତ ଜ୍ୟୋତିରଞ୍ଜନ ମଲ୍ଲିକ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଥିଲେ ତାଙ୍କ (ଜ୍ୟୋତିଙ୍କ) ପରିବାର ଲୋକେ। ଜ୍ୟୋତି ଯଦି ମୃତ, ତାଙ୍କ ମୃତଦେହ କୁଆଡ଼େ ଗଲା ବୋଲି ସେମାନେ କରିଥିଲେ ପ୍ରଶ୍ନ। ଏହି ଟଣାଓଟରା ମଧ୍ୟରେ ମୃତଦେହର ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି କହିଥିଲା କମିଶନରେଟ୍ ପୁଲିସ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/YuLjFRs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages