ଫାରୁକ ଅବଦୁଲ୍ଲାଙ୍କୁ ଇଡିର ସମନ୍, ଆସିଛି ସାଂଘାତିକ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 10, 2024

ଫାରୁକ ଅବଦୁଲ୍ଲାଙ୍କୁ ଇଡିର ସମନ୍, ଆସିଛି ସାଂଘାତିକ ଅଭିଯୋଗ

ନ୍ୟାଶନାଲ କନଫରେନ୍ସର ମୁଖ୍ୟ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ୍ କରିଛି ଇଡି । ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏସନର ଟଙ୍କା ହେରଫେର ମାମଲାରେ ତାଙ୍କୁ ଆଜି ହାଜର ହେବା ପାଇଁ ସମନ ଜାରି କରାଯାଇଛି ।

୮୬ ବର୍ଷୀୟ ଫାରୁକ ଅବଦୁଲ୍ଲାଙ୍କୁ ଶ୍ରୀନଗରସ୍ଥିତ ଇଡି ଅଫିସରେ ହାଜର ହେବା ପାଇଁ କୁହାଯାଇଛି । ଜମ୍ମୁ ଓ କଶ୍ମୀର କ୍ରିକେଟ ସୋସିଏସନର ଟଙ୍କାକୁ ବେଆଇନ ଭାବେ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଅଭିଯୋଗ ରହିଛି । ଏନେଇ କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କ ବିରୋଧରେ ସିବିଆଇ ତଦନ୍ତ ଜାରି ରହିଛି ।

୨୦୦୧ରୁ ୨୦୧୨ ମଧ୍ୟରେ ଫାରୁକ୍ ଅବଦୁଲ୍ଲା ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏସନର ସଭାପତି ଥିଲେ। ଉକ୍ତ ସମୟରେ ସେ ନିଜ ପଦର ଦୁରୂପଯୋଗ କରି ବେଆଇନ ନିଯୁକ୍ତି ଦେବା ସହ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଏନେଇ ସିବିଆଇ ଓ ଇଡି ପକ୍ଷରୁ ତଦନ୍ତ ଚାଲିଛି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/OPGuwZH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages