ଗୁରୁ ଶିଷ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏହି କଥା ଆମେ ସମସ୍ତେ ଜାଣିଛେ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ କ୍ଷେତ୍ରରେ। ସବୁବେଳେ ସଭାସମିତି ଓ ରାଜନୈତିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଥିବା ପ୍ରତାପ ନନା ନିଜ ପିଲା ବେଳର ଗୁରୁଙ୍କୁ ଭୁଲି ପାରି ନାହାନ୍ତି।
ନୀଳଗିରି ବାଲିଗୋହିରୀର ରହୁଥିବା ୯୬ ବର୍ଷୀୟ ତ୍ରିଲୋଚନ ସାହୁଙ୍କ ଅସୁସ୍ଥତା ଖବର ଶୁଣି ତାଙ୍କ ଘରକୁ ଧାଇଁ ଯାଇଥିଲେ। ସେଠାରେ ଶିକ୍ଷକଙ୍କୁ ଭେଟି ଭାବବିହ୍ୱଳ ହୋଇପଡ଼ିଥିଲେ। ଗୁରୁଙ୍କ ଦେହପା କଥା ପଚାରି ବୁଝିବା ସହ ଗୁରୁଙ୍କୁ ମୁଣ୍ଡିଆ ମାରି ତାଙ୍କ ଆଶୀର୍ବାଦ ନେଇଥିଲେ ପ୍ରତାପ। ଗୁରୁମଧ୍ୟ ପ୍ରତାପ ମୁଣ୍ଡରେ ହାତ ଥୋଇ ଆର୍ଶୀବାଦ ଦେଇଥିଲେ। ଏହି ସମୟରେ ଦୁହିଁଙ୍କ ଆଖିରେ ଝରିଆସିଥିଲା ଶ୍ରଦ୍ଧା ଓ ସମ୍ମାନର ଅଶ୍ରୁ ।
ଆଧୁନିକ ଦୁନିଆରେ ଗୁରୁଙ୍କ ପ୍ରତି ଶିଷ୍ୟଙ୍କ ଏଭଳି ଭକ୍ତି ଚକିତ କରିଥିଲା ସମସ୍ତଙ୍କୁ । ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଶୀର୍ବାଦ ଦେଇ ଗୁରୁ ତ୍ରିଲୋଚନ ସାହୁ କହିଥିଲେ, ଭଗବାନ କରନ୍ତୁ, ତୁ ଆଉଥରେ ମନ୍ତ୍ରୀ ହୋଇ ନୀଳଗିରିର ଟେକ ରଖ। ମୁଁ ଶେଷ ସମୟରେ ଭଗବାନଙ୍କୁ ଏହା ଡାକୁଛି।
ସୂଚନାଯୋଗ୍ୟ, ନିରାଡ଼ମ୍ବର ଜୀବନଚର୍ଯ୍ୟା ପାଇଁ ଅନେକ ଥର ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛନ୍ତି ପ୍ରତାପ ଷଡ଼ଙ୍ଗୀ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8cY46Ae
No comments:
Post a Comment