ଇରାନର ମିଶାଇଲ ମାଡ଼ରେ ଥରିଲା ପାକିସ୍ତାନ; କହିଲା - ପରିଣାମ ଭୟଙ୍କର ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 16, 2024

ଇରାନର ମିଶାଇଲ ମାଡ଼ରେ ଥରିଲା ପାକିସ୍ତାନ; କହିଲା - ପରିଣାମ ଭୟଙ୍କର ହେବ

ପାକିସ୍ତାନରେ ପଶି ଘନ ଘନ ମିଶାଇଲ ସାଙ୍ଗକୁ ରକେଟ ମାଡ଼ କଲା ଇରାନ । ମିଜାଇଲ ଓ ଡ୍ରୋନ ଆକ୍ରମଣରେ ଥରି ଉଠିଛି ପାକିସ୍ତାନ । ପାକିସ୍ତାନ-ଇରାନ ସୀମା ବାଲୁଚିସ୍ତାନରେ ଥିବା ଜୈଶ ଅଲ ଅଦଲ ଆତଙ୍କୀ ସଙ୍ଗଠନ କାର୍ଯ୍ୟାଳୟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଇରାନ ଆକ୍ରମଣରେ ଜୈସ୍ ଅଲ-ଅଦଲ ଗୋଷ୍ଠୀର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମୁଖ୍ୟାଳୟ ନଷ୍ଟ ହୋଇଯାଇଥିବା ଜଣାଯାଇଛି। ଏହି ଆକ୍ରମଣରେ ଦୁଇ ଶିଶୁଙ୍କ ମୃତ୍ୟୁ ହେବା ସହ ୩ ନାବାଳିକା ଗୁରୁତର ହୋଇଥିବା ପାକିସ୍ତାନ ଦାବି କରିଛି।

ପାକିସ୍ତାନ ସାର୍ବଭୌମତ ଉପରେ ଏପରି ଆକ୍ରମଣକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛି ପାକିସ୍ତାନ । ଦୁଇ ଦେଶ ମଧ୍ୟରେ ଯୋଗାଯୋଗର ଅନେକ  ବିକଳ୍ପ ଥାଇ ମଧ୍ୟ ଇରାନ ଏଭଳି ପଦକ୍ଷେପ ନେଇଛି । ପାକିସ୍ତାନ ମାଟିରେ ଇରାନର ଏଭଳି ଷ୍ଟ୍ରାଇକ ଏବଂ ବାୟୁସୀମା ଉଲ୍ଲଙ୍ଘନକୁ ଆମେ କଡ଼ା ନିନ୍ଦା କରୁଛୁ । ଏହାର ପରିଣାମ ଖୁବ୍‌ ଭୟଙ୍କର ହେବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ।

ଇରାନର ମିଶାଇଲ ଓ ଡ୍ରୋନ ଆକ୍ରମଣରେ ୨ଟି ନିରୀହ ଶିଶୁଙ୍କ ଜୀବନ ଯାଇଥିବା ବେଳେ ୩ ଜଣ ନାବାଳିକା ଆହତ ହୋଇଛନ୍ତି । ତେବେ ପାକିସ୍ତାନ ଭଳି ପରମାଣୁ ଶକ୍ତି ସମ୍ପନ୍ନ ଦେଶରେ ପଶି ଇରାନ ମିସାଇଲ ଆକ୍ରମଣ କରିବା ପାକ୍‌ର ସୁରକ୍ଷାକୁ ବିପଦରେ ପକାଇଛି ।

୨୦୧୨ରେ ଇରାନ ଜୈସ୍ ଅଲ-ଅଦଲକୁ ଆତଙ୍କୀ ସଂଗଠନ ଭାବେ ନାମିତ କରିଥିଲା । ବାଲୁଚିସ୍ତାନରେ ଏହି ସଙ୍ଗଠନା ଅନ୍ୟତମ ସର୍ବବୃହତ ମୁଖ୍ୟାଳୟ ରହିଛି । ଯାହାକି ସୁନ୍ନି ଆତଙ୍କୀ ଗୋଷ୍ଠୀ ହୋଇଥିବା ବେଳେ ଇରାନର ଦକ୍ଷିଣ-ପୂର୍ବ ସିସ୍ତାନ ବାଲୁଚିସ୍ତାନ ପ୍ରଦେଶରେ ସକ୍ରିୟ ରହିଛି । ଅନେକ ବର୍ଷ ଧରି ଏହି ଆତଙ୍କୀ ଗୋଷ୍ଠୀ ଇରାନ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଆସୁଛି ।

ଗତ ଡିସେମ୍ବରରେ ସିସ୍ତାନ-ବାଲୁଚିସ୍ତାନର ଏକ ପୁଲିସ ଷ୍ଟେସନ ଉପରେ ଏକ ଭୟଙ୍କର ଆକ୍ରମଣରେ ୧୧ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପାଇଁ ଜୈସ ଅଲ-ଅଦଲ ନିଜକୁ ଦାୟୀ କରିଥିଲା ।

ସିସ୍ତାନ-ବାଲୁଚିସ୍ତାନ ଆଫଗାନିସ୍ତାନ ଓ ପାକିସ୍ତାନ ସୀମାକୁ ଲାଗି ରହିଛି । ଯେଉଁ କାରଣରୁ ଏଠାରେ ବାରମ୍ବାର ଇରାନ ସୁରକ୍ଷା ବାହିନୀ ଏବଂ ସୁନ୍ନି ଆତଙ୍କବାଦୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳେ ।

ଇରାକର କୁର୍ଦିସ୍ତାନରେ ମିଶାଇଲ ଆକ୍ରମଣର ଦିନକ ପରେ ଇରାନ ପାକିସ୍ତାନରେ ମିସାଇଲ ମାଡ଼ କରିଛି । ଇରାନ ଇରାକସ୍ଥିତ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ୍‌ର ମୁଖ୍ୟାଳୟକୁ ଟାର୍ଗେଟ କରି ଏୟାରଷ୍ଟାଇକ କରିଥିଲା ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/sVfNjqh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages