ରାଜଧାନୀ ଦିଲ୍ଲୀରେ ବବାନ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବୱାନା ଶିଳ୍ପାଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ। ଘଟଣାସ୍ଥଳରେ ୨୫ଟି ଦମକଳ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳି ନ ଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି ।
ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧ଟା ୪୦ ମିନିଟ୍ରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ସୂଚନା ପାଇଥିଲୁ। ଏହାପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲୁ। ତେବେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଥିବା ବେଳେ ଏହା ଆଖପାଖ ଅଞ୍ଚଳକୁ ବ୍ୟାପିବାକୁ ଲାଗିଲା। ତେଣୁ ତୁରନ୍ତ ନିଆଁ ଲିଭା କାର୍ଯ୍ୟରେ ୨୫ଟି ଦମକଳ ଗାଡ଼ିକୁ ନିୟୋଜିତ କରାଯାଇଛି।
ସକାଳ ସୁଦ୍ଧ ନିଆଁ ନିୟନ୍ତ୍ରଣକୁ ଆସି ଯାଇଥିଲେ ବି ଏହାର କାରଣ ଜଣାପଡ଼ିନି। ଅଗ୍ନିକାଣ୍ଡର ପ୍ରଭାବ ଏତେ ଅଧିକ ଥିଲା ଯେ ତୁରନ୍ତ ଆଖପାଖ ବିଲ୍ଡିଂକୁ ଖାଲି କରି ଦିଆଯାଇଥିଲା। ଏଥିରେ ପ୍ରଭୂତ କ୍ଷୟକ୍ଷତି ହୋଇଥିବା ବେଳେ କେହି ମୃତାହତ ହୋଇଥିବା ଖବର ମିଳିନି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/T5uG4Ik
No comments:
Post a Comment