ଆଜିଠୁ ଚିଲିକାରେ ପକ୍ଷୀଗଣନା, ୨୧ଟି ଟିମ୍‌ ନିୟୋଜିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 3, 2024

ଆଜିଠୁ ଚିଲିକାରେ ପକ୍ଷୀଗଣନା, ୨୧ଟି ଟିମ୍‌ ନିୟୋଜିତ

ଆଜିଠାରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହୋଇଛି । ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡା ଓ ଚିଲିକା ଆଦି ୫ଟି ରେଞ୍ଜ ଲାଗି ୨୧ଟି ଟିମ୍ ଗଠନ କରାଯାଇଛି।

ପ୍ରତ୍ୟେକ ଟିମରେ ୫ରୁ ୬ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି। ସକାଳ ସାଢେ ପାଞ୍ଚଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ। ଜଳଭାଗରେ ୧୯ଟି ଟିମ୍‌ ଓ ସ୍ଥଳ ଭାଗରେ ୨ଟି ଟିମ୍‌ ରହି ଗଣନା କାର୍ଯ୍ୟ ଆରମ୍ଭ କରିଛନ୍ତି । ଜିପିଏସ, କ୍ୟାମେରା, ବାଇନାକୁଲାର ମାଧମରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ।

ପକ୍ଷୀ ଗଣନା ସରିବା ଯାଏ ଚିଲିକାରେ ପର୍ଯ୍ୟଟକଙ୍କ ଲାଗି ବୋଟ୍ ଚଳାଚଳ ବନ୍ଦ ରହିବ। ଚିଲିକାକୁ ପ୍ରାୟ ୧୧୮ ପ୍ରଜାତିର ୯ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ ହୋଇଥିବା ବନ ବିଭାଗ ଆକଳନ କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/w2UtrPB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages