୬ ଜାନୁଆରୀ, ଶନିବାର: ସମ୍ପର୍କୀୟଙ୍କ ସହ ମନାନ୍ତର ଯୋଗୁଁ ମନ ଭାରାକ୍ରାନ୍ତ ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 5, 2024

୬ ଜାନୁଆରୀ, ଶନିବାର: ସମ୍ପର୍କୀୟଙ୍କ ସହ ମନାନ୍ତର ଯୋଗୁଁ ମନ ଭାରାକ୍ରାନ୍ତ ରହିବ

ମେଷ: ସମ୍ପର୍କୀୟଙ୍କ ସହ ମନାନ୍ତର ଯୋଗୁଁ ମନ ଭାରାକ୍ରାନ୍ତ ହୋଇ ପାରେ । ଶରୀର ସୁସ୍ଥ ରହିବ, ବକେୟା ଅର୍ଥ ହସ୍ତଗତ ହେବ ପିତା ମାତାଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ମିଳିବ। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବାରୁ ମନ ପ୍ରଫୁଲିତ ରହିବ ।

ବୃଷ: ପ୍ରତ୍ୟେକ କ୍ଷେତ୍ରରେ ଆପଣ ବୁଦ୍ଧିବଳ ଖଟାଇ କାମ ହାସଲ କରିବେ । ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କାର୍ଯ୍ୟ କରି ପ୍ରଶଂସିତ ହେବେ।ଶାରୀରିକ ମାନସିକ ଆର୍ଥିକ ଅଭିବୃଦ୍ଧି ଘଟିବ । ଶତ୍ରୁମାନେ ପରାଜିତ ହେବେ । ଶୁଭଖବର ପାଇ ମନ ଖୁସି ହୋଇଯିବ।

ମିଥୁନ: ସମସ୍ତ କାମରେ ସାହସିକ ପଦେକ୍ଷପ ନେଇ କୃତକାର୍ଯ୍ୟ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ । କ୍ରୀଡା,ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ ସାମ୍ବାଦିକତା କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସୁନାମ ଅର୍ଜନ କରିବେ ଉନ୍ନତି କରିବେ।

କର୍କଟ: ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ ନଚେତ୍ ଅସୁବିଧାରେ ପଡିପାରନ୍ତି । ପରିବାରରେ ଛୋଟ କଥାକୁ ନେଇ ଅସନ୍ତୋଷ ଦେଖାଯିବାରୁ ମନ ଭଲ ରହିବ ନାହିଁ ।ବ୍ୟବସାୟରେ ଅଶାନୁସାରେ ଲାଭ ପାଇବେ ନାହିଁ କିନ୍ତୁ ବନ୍ଧୁ ସାହାଯ୍ୟ କରିବେ।

ସିଂହ: ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣା ପାଇ ଉଚିତ ପନ୍ଥା ଗ୍ରହଣ କରିବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ୱ ଦେବେ ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି।  କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ପରିବାରରେ କୌଣସି ପ୍ରସଙ୍ଗକୁ ନେଇ ସମସ୍ୟା ଦେଖାଦେଇପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତା ମନକୁ ଆକ୍ରାନ୍ତ କରିବ। 

ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

ମକର: ମାନସିକ ଅସ୍ଥିରତା ସାଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ । ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ । ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍ ସମୟରେ ସାହାଯ୍ୟ କରିବେ ନାହିଁ।

କୁମ୍ଭ: ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ନୂତନ କର୍ମାରମ୍ଭ କରିପାରନ୍ତି। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସହିତ କୌଣସି ନୂତନ ପଦ ପଦବୀ ଲାଭ କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନୋନିବେଶ କରିବେ ।

ମୀନ: ଶାରିରୀକ ପୀଡା ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ। ଫଳରେ କାମପ୍ରତି ସ୍ପୃହା ରହିବ ନାହିଁ। କର୍ମକ୍ଷେତ୍ରରେ ସଠିକ୍ ନିଷ୍ପତି ନେଇ ପାରିବେ ନାହିଁ। ପ୍ରତିବନ୍ଧକ କାରଣରୁ ଶେଷ ସମୟରେ ଯାତ୍ରା ସ୍ଥଗିତ ରହିଯିବ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8MYqJRE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages